ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

ପାରାଦୀପ ତାରିଣୀଗଡ଼ାରେ ଛାତରୁ ପଡି ମୃତ୍ୟୁ ଘଟଣାରେ ମିଳିଲା ମୃତକଙ୍କ ପରିଚୟ । ମୃତକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା କୋଲର ଅଞ୍ଚଳର ଜଣେ ଯୁବତୀ । ସେ ଗତ ଶନିବାର ଠାରୁ ନିଖୋଜ ଥିଲେ । ସାରଳା ରୋଡ ନିକଟରୁ ବିହାରର ଜଣେ ଯୁବକ ବାଇକରେ ଲିଫ୍ଟ ଦେବା ବାହାନାରେ ପାରାଦୀପ ନେଇ ଆସିଥିଲେ । ଦୁଷ୍କର୍ମ ପରେ ୪ ମହଳା ଛାତ ଉପରୁ ଠେଲିଦେଇଥିle । ସିସିଟିଭି ଫୁଟେଜରୁ ମିଳିଲା ସାଂଘାତିକ ତଥ୍ୟ। ଅଭିଯୁକ୍ତକୁ ପାରାଦୀପ ଆଦର୍ଶ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଗତ ୨୩ ତାରିଖରେ ତାରେଣୀଗଡ଼ାରୁ ମିଳିଥିଲା ଯୁବତୀଙ୍କ ଉଲଗ୍ନ ମୃତଦେହ । ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସାଇଣ୍ଟିଫିକ୍ ଟିମ ପହଁଚି ଛାତ ଉପରୁ ଖଇନି ଜରି, ମଶାଧୂପ, ପୋଡା ସିଗାରେଟ ସହିତ ଘରର ଗ୍ୟାସ ପାଇପରେ ଝୁଲି ରହିଥିବା ଯୁବତୀଙ୍କ ବସ୍ତ୍ର, ସିସିଟିଭି ହାର୍ଡଡିସ୍କ ଜବତ କରିଥିଲା । । ଘର ମାଲିକଙ୍କ ସମେତ ୮ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲା ପୋଲିସ ।

ଅଧିକ ପଢନ୍ତୁ