ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ । ଆସନ୍ତାକାଲିଠୁ ମୋହନ ଭାଗବତଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।ସମ୍ବଲପୁରରେ ସ୍ୱୟଂସେବକଙ୍କ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଅପରାହ୍ଣ ୪ଟାରେ ସେ ସମ୍ବଲପୁରରେ ପହଞ୍ଚିବେ। ଏହି ଗସ୍ତ ସମୟରେ ସ୍ୱୟଂସେବକଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ସଂଘର ପୂର୍ବ ଓ ପଶ୍ଚିମ ଓଡ଼ିଶା ପ୍ରାନ୍ତର କାର୍ଯ୍ୟକର୍ତ୍ତାଙ୍କ ସହ ସାଂଗଠନିକ ବୈଠକ କରିବେ। କାଲି ସନ୍ଧ୍ୟା ୭ଟାରୁ ୮ଟା ପର୍ଯ୍ୟନ୍ତ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ସ୍ୱୟଂସେବକଙ୍କ ‘ଆହ୍ୱାନଗଣ’ କାର୍ଯ୍ୟକ୍ରମରେ ମୋହନ ଭାଗବତ ଉପସ୍ଥିତ ରହିବେ। ଏହି ଅବସରରେ ସେ ସ୍ୱୟଂସେବକଙ୍କୁ ମାର୍ଗଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି RSSର ଓଡ଼ିଶା ପୂର୍ବ ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ।

ଅଧିକ ପଢନ୍ତୁ