ନୟାଗଡ଼ର ୪ଟି କଲେଜରେ ନିର୍ବାଚନ ବାତିଲ 

ଆଇନଶୃଙ୍ଖଳାର ଆଳ ଦେଖାଇ ନୟାଗଡ଼ ଜିଲ୍ଲାପାଳ ଜିଲ୍ଲାର ୪ଟି କଲେଜରେ ନିର୍ବାଚନ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କଲେଜ ଗୁଡିକ ହେଲା ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ନୟାଗଡ, ମଡେଲ୍ ଡିଗ୍ରୀ କଲେଜ, ଲାଠିପଡା, ପଠାଣିସାମନ୍ତ କଲେଜ, ଖଣ୍ଡପଡା ଏବଂ ବାଲୁଙ୍କେଶ୍ଵର କଲେଜ, ଭାପୁର । ତେବେ କଲେଜ ଆଗରେ ଉତ୍ତେଜନା ଦେଖାଦେଇଛି । ନିଷ୍ପତ୍ତିକୁ ନେଇ ଛାତ୍ରୀମାନେ ଅସନ୍ତୋଷ ଜାହିର କରିଛନ୍ତି ।ବିଧାୟକ ଅରୁଣ ସାହୁ ଘଟଣାସ୍ଥଳରେ ପହଞ୍ଚି ସରକାର ଏବଂ ପ୍ରଶାସନ ହାରିଯିବା ଭୟରେ ଏଭଳି ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି । ମହିଳା ମହାବିଦ୍ୟାଳୟରେ ପୋଲିସ ଉପସ୍ଥିତିରେ କିଭଳି ଏବିଭିପିର ଗୁଣ୍ଡାମାନେ ଗେଟ୍ ଭାଙ୍ଗି କଲେଜ ପରିସରରେ ପଶିଲେ ତାକୁ ନେଇ ଅରୁଣ ସାହୁ ପ୍ରଶ୍ନ କରିଛନ୍ତି । ଏପରିକି ପୋଲିସ ଅଧିକାରୀ ମାନଙ୍କୁ ଧମକାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ