ଜେକେପୁରରେ ଗୋପବନ୍ଧୁଙ୍କ ୧୪୯ତମ ଜୟନ୍ତୀ ପାଳିତମାଲ୍ୟାର୍ପଣ ସହ ଦେଶ ଓ ଜାତି ପ୍ରତି ତାଙ୍କର ଅବଦାନକୁ ସ୍ମରଣ

ଜେକେପୁର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଜେକେପୁରଠାରେ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଜେକେ ପେପର ମିଲ୍ସର ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜେକେପୁର ବଣିକ ସଂଘର ସଭାପତି ଜଗନ୍ନାଥ ପରିଚ୍ଛା ତଥା ବିଜୁ ଜନତା ଦଳର ରାୟଗଡ଼ା ଜିଲ୍ଲା କାର୍ଯ୍ୟକାରୀ ସଭାପତି ପି. ଗୌରୀଶଙ୍କ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଜେକେପୁରସ୍ଥିତର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀ, ଗୁରୁମା ଓ ଛାତ୍ରଛାତ୍ରୀଙ୍କ ସମେତ ଜେକେ ପେପର ମିଲ୍ସର ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇଥିଲେ।ଏହି ଅବସରରେ ଗୋପବନ୍ଧୁ ଦାସଙ୍କ ମହାନ ଜୀବନାଦର୍ଶ, ତ୍ୟାଗ, ସେବା ଓ ଜାତି ପ୍ରତି ତାଙ୍କର ଅତୁଳନୀୟ କର୍ତ୍ତବ୍ୟବୋଧ ସମ୍ପର୍କରେ ଆଲୋକପାତ କରାଯାଇଥିଲା।

ଅଧିକ ପଢନ୍ତୁ