ରାଜ୍ୟରେ କାଳବୈଶାଖୀ ପ୍ରଭାବ ।ଗତକାଲି କିଛି କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଟକା ପବନ ବି ଅନୁଭୂତ ହୋଇଥିଲା । ଗୋଟିଏ କି ଦୁଇଟି ସ୍ଥାନରେ କୁଆପଥର ମାଡ଼ ମଧ୍ୟ ହୋଇଛି। ଟୁଇନ ସିଟିରେ ପ୍ରବଳ ବର୍ଷା| ଆଜି ବର୍ଷା ସହ ହୋଇପାରେ ବିଜୁଳି ଘଡଘଡି ଓ ଝଟକା ପବନ । ସତର୍କ କଲା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର । ମାଲକାନଗିରି, ରାୟଗଡ଼ା, କୋରାପୁଟ ଜିଲ୍ଲା ସହ ଗଞ୍ଜାମ, ଗଜପତି, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର ସହ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳରେ ଏହାର ପ୍ରଭାବ ପଡ଼ିପାରେ । ଏହାସହ ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାର କିଛି କିଛି ସ୍ଥାନରେ ଦେଖିବାକୁ ମିଳିବ କାଳବୈଶାଖୀ ର ପ୍ରଭାବ ।ଏସବୁ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଏବଂ ଝଟକା ପବନ ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ ।
