ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ଆଲୋଚନା ହେଉଛି। ନୀତୀଶ କୁମାର ରାଜ୍ୟ ସଭା ଏମ୍ପି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିବ।ଆଜି ପାଟନାରେ ଏନଡିଏ ବିଧାୟକଙ୍କ ବୈଠକ ଏହି ସମୀକରଣ ଉପରେ ଚୂଡ଼ାନ୍ତ ମୋହର ବାଜିପାରେ। ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ସଭାପତି ସଞ୍ଜୟ ଝା ଆଜି ସକାଳେ ଦିଲ୍ଲୀରୁ ପାଟନା ପହଞ୍ଚିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଆସନ୍ତାକାଲି ସକାଳେ ଦିଲ୍ଲୀରୁ ପାଟନା ପହଞ୍ଚିବେ।କେବଳ ଏତିକି ନୁହେଁ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ନେଇ ମଧ୍ୟ ବଡ଼ ଚର୍ଚ୍ଚା ହେଉଛି। କୁହାଯାଉଛି ନିଶାନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ଏମିତି ସ୍ଥିତିରେ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ।ଯଦି ନୀତିଶ କୁମାର ଦିଲ୍ଲୀ ରାଜନୀତିରେ ପାଦ ଦିଅନ୍ତି ଏବଂ ରାଜ୍ୟସଭା ସାଂସଦ ହୁଅନ୍ତି ତେବେ ବିହାରର ମୁଖ୍ୟମନ୍ତ୍ରୀ ପଦ ଖାଲି ପଡ଼ିବ। ଆଉ ପ୍ରଥମ ଥର ବିହାରରେ ବିଜେପିକୁ ମୁଖ୍ୟମନ୍ତ୍ରୀ ମିଳିପାରେ।
