ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱରସ୍ଥିତ ଲାଇଫ୍ (LYFE) ହୋଟେଲରେ ‘ଗୋ-ହୋମଷ୍ଟେ’ (Go-Homestay) ପୋର୍ଟାଲର ଶୁଭାରମ୍ଭ କରି ଓଡ଼ିଶାରେ ସମୁଦାୟ-ନେତୃତ୍ୱାଧୀନ ପର୍ଯ୍ୟଟନକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି।ଅଂଶୀଦାରମାନଙ୍କୁ ସଚେତନ କରିବା ଏବଂ ‘ଓଡ଼ିଶା ହୋମଷ୍ଟେ ସ୍କିମ୍ ୨୦୨୫’ କୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଆୟୋଜିତ ‘ଓଡ଼ିଶା ହୋମଷ୍ଟେ କର୍ମଶାଳା’ ସହିତ ଏହି ଶୁଭାରମ୍ଭ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅଭିଜ୍ଞ ହୋମଷ୍ଟେ ମାଲିକମାନଙ୍କ ସହ ପ୍ୟାନେଲ୍ ଆଲୋଚନା ମଧ୍ୟ କରାଯାଇଥିଲା, ଯେଉଁଥିରେ ସେମାନେ ସଫଳତାର କାହାଣୀ ଏବଂ ଶ୍ରେଷ୍ଠ କାର୍ଯ୍ୟଶୈଳୀ ବାବଦରେ ଆଲୋକପାତ କରିଥିଲେ ।
