ଜନ୍ମ ହେଲେ ଆଉ ୫ ଚିତା ଶାବକ

ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ୫ଟି ଶାବକଙ୍କର ଜନ୍ମ ହୋଇଛି |ଭାରତରେ ଏବେ ମୋଟ ୫୩ ଟି ଚିତା ହୋଇଛନ୍ତି। ଯେଉଁଥିରୁ ୩୩ଟିର ଜନ୍ମ ଭାରତରେ ହୋଇଛି। ବିଶ୍ୱର ସବୁଠୁ ଦ୍ରୁତ ଦୌଡ଼ୁଥିବା ସ୍ଥଳୀୟ ଜୀବ ଚିତା ପ୍ରାୟ ୭ ଦଶକ ପୂର୍ବେ ଭାରତରୁ ବିଲୁପ୍ତ ହୋଇ ଯାଇ ଥିଲା। ସେପ୍ଟେମ୍ୱର ୨୦୨୨ରେ କେନ୍ଦ୍ର ସରକାର ନାମିବିୟାରୁ ୮ଟି ଆଫ୍ରିକୀୟ ଚିତା ନେଇ ଆସିଥିଲେ, ଯାହାଙ୍କୁ ପିଏମ୍ ମୋଦି କୁନୋରେ ଛାଡ଼ି ଥିଲେ।ଗତ ବର୍ଷ କୁନୋରେ ୧୨ଟି ଶାବକଙ୍କ ଜନ୍ମ ହୋଇଥିଲା, ଯେଉଁଥିରୁ ତିନୋଟି ଶାବକଙ୍କ ସହ ୬ଟି ଚିତାର ମୃତ୍ୟୁ ହୋଇଛି। ଚଳିତ ବର୍ଷ ୭ ଫେବ୍ରୁଆରୀରୁ ୯ ମାର୍ଚ୍ଚ ମଧ୍ୟରେ ଅଲଗା ଅଲଗା ଗ୍ରୁପରେ ୧୪ଟି ଶାବକଙ୍କ ଜନ୍ମ ହୋଇଛି। ୨୦୨୩ରୁ ଏବେ ସୁଦ୍ଧା କୁନୋରେ ମୋଟ ୪୪ଟି ଶାବକଙ୍କ ଜନ୍ମ ହୋଇ ସାରିଛି, ଯେଉଁଥିରୁ ୩୩ଟି ଜୀବିତ। ନାମିବିୟାରୁ ଅଣାଯାଇ ଥିବା ଜ୍ୱାଳା ଓ ଆଶା, ଦକ୍ଷିଣ ଆଫ୍ରିକାରୁ ଅଣାଯାଇ ଥିବା ଗାମିନୀ , ବିରା ଓ ନିର୍ବା ଓ ଭାରତରେ ଜନ୍ମିତ ମୁଖୀ ଉଦ୍ୟାନରେ ଶାବକଙ୍କୁ ଜନ୍ମ ଦେଇଛି।

ଅଧିକ ପଢନ୍ତୁ