ନିଜର ସ୍ତ୍ରୀ ଅନ୍ୟ ପୁରୁଷ ସହ ଅବୈଧ ସମ୍ପର୍କ ରଖିଥିବା ସନ୍ଦେହରେ ଗୁଳି କରି ହତ୍ୟା କରିବା ସହ ପୁରୁଷ ବନ୍ଧୁଙ୍କୁ ମଧ୍ୟ୍ୟ ଗୁଳିକରି ଲହୁଲୁହାଣ କରିଛି ଜଲାଦ ସ୍ୱାମୀ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କଟାପାଙ୍ଗା ଗ୍ରାମର ନରୋତ୍ତମ ବେହେରା ନିଜ ସ୍ତ୍ରୀକୁ ଧରି ବାଇକରେ ଆଧାରକାର୍ଡ଼ କରିବା ପାଇଁ ଫିରିଙ୍ଗିଆ ଯାଉଥିବା ବେଳେ ବଗାରୀମୁଣ୍ଡା କେନ୍ଦୁପତ୍ର ଫଡି ନିକଟରେ ଗୁଳିମାଡ଼ କରିଛି କ୍ରାଣ୍ଡି ବାଲି ପଞ୍ଚାୟତର ସରୁପଡା ଗ୍ରାମର ବିରଞ୍ଚି ବେହେରା । ନରୋତ୍ତମ ବେହେରା ର ଗୋଡ଼ ଓ ଦେହରେ ଗୋଳି ବାଜିଛି । ସେହି ସ୍ଥାନରୁ ଘରକୁ ଯାଇ ବିରଞ୍ଚି ନିଜ ସ୍ତ୍ରୀ ଲିଳିମା ବେହେରାକୁ ଗୁଳି କରି ହତ୍ୟା କରିଛି । ଗୋଛାପୋଡ଼ା ପୋଲିସ ମୃତଦେହ ଜବତ କରି ହତ୍ୟା ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ କରାଇବାକୁ ଫୁଲବାଣୀ ସଦର ଡାକ୍ତରଖାନାକୁ ପଠାଇଛି । ହତ୍ୟାକାରୀ ବିରଞ୍ଚି ବେହେରାକୁ ପୋଲିସ ଗିରଫ କରି ବା ସହ ବନ୍ଧୁକ ଜବତ କରି ସବିଶେଷ ତଦନ୍ତ ଚଳାଇଛିକନ୍ଧମାଳ ଜିଲ୍ଲାରେ ବହୁ ବେଆଇନ ବନ୍ଧୁକ ଥିବାରୁ ଛୋଟ ଛୋଟ କଥାରେ ବନ୍ଧୁକ ବ୍ୟବହାର କରି ହିଂସା ଘଟାଉଛନ୍ତି ଅସାମାଜିକ ଲୋକ ।
