ରାଜ୍ୟରେ ଯଥେଷ୍ଟ ପରିମାଣରେ ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି। ଜନସାଧାରଣଙ୍କୁ ଏଥି ନେଇ ବିଶେଷ ଚିନ୍ତିତ ନ ହେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶିକ୍ଷାନୁଷ୍ଠାନ, ହଷ୍ଟେଲ ଏବଂ ଡାକ୍ତରଖାନା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ରନ୍ଧନ ଗ୍ୟାସ ଯୋଗାଣରେ କୌଣସି ସମସ୍ୟା ନାହିଁ। ଏହି ସ୍ଥାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଗ୍ୟାସ ଯୋଗାଇ ଦିଆଯାଉଛି। IOCL, BPCL ଏବଂ HPCL ଭଳି ପ୍ରମୁଖ ତୈଳ କମ୍ପାନୀର ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ। ସେମାନେ ନିଶ୍ଚିତ କରିଛନ୍ତି ଯେ ରାଜ୍ୟର ବିଭିନ୍ନ ବୋଟଲିଂ ପ୍ଲାଣ୍ଟରେ ପର୍ଯ୍ୟାପ୍ତ ଗ୍ୟାସ ରହିଛି।
ତେବେ ଏହାରି ଭିତରେ ପ୍ରତିଦିନର ଗ୍ୟାସ ସିଲିଣ୍ଡର ଷ୍ଟକ ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର। ପ୍ରତିଦିନ PSUମାନେ LPG ଷ୍ଟକ ନେଇ ସରକାରଙ୍କୁ ରିପୋର୍ଟ କରିବେ। ତୈଳ କମ୍ପାନୀ ସହ ବୈଠକ ପରେ ଯୋଗାଣ ସଚିବ ସଞ୍ଜୟ ସିଂଙ୍କ ସୂଚନା। ସେ କହିଛନ୍ତି, ଘରୋଇ LPG ଅସୁିଧା ହେବନି, ଆଗୁଆ ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲକୁ ଗ୍ୟାସ ଦିଆଯିବ। ଗ୍ୟାସ ବୁକିଂରେ ଅସୁବିଧା ହେଲେ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି।
