ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିପକ୍ଷରେ ବିରୋଧିଙ୍କ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ଏହା ଉପରେ ସଂସଦରେ ଦୁଇଦିନ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଥିଲା। ଶେଷରେ ଗତକାଲି ଧ୍ବନୀ ମତରେ ଖାରଜ ହୋଇଛି। ଅନାସ୍ଥା ଖାରଜ ପରେ ଗୁରୁବାର ଓମ୍ ବିର୍ଲା ସଂସଦକୁ ସମ୍ବୋଧିତ କରିଛନ୍ତି। ବିରୋଧୀଙ୍କ ପ୍ରତିଟି ଅଭିଯୋଗରେ ଉତ୍ତର ରଖିଲେ ଓମ ବିର୍ଲା। କହିଲେ ନିୟମ ଉର୍ଦ୍ଧ୍ୱରେ ଗୃହର କୌଣସି ସଦସ୍ୟ ନୁହଁନ୍ତି । ଗୃହ କାର୍ଯ୍ୟକୁ ଠିକ ଭାବେ ପରିଚାଳନା କରିବା ମୋ ଦାୟିତ୍ୱ । ମୃଁ ଗୃହର ଗାରିମା ବୃଦ୍ଧି ପାଇଁ ସବୁବେଳେ ଉଦ୍ୟମରତ । ନିରପେକ୍ଷ ଭାବେ ଗୃହ କାର୍ଯ୍ୟ ପରିଚାଳନା ପାଇଁ ସବୁବେଳେ ଚେଷ୍ଟା କରିଛି । ମାଇକ ସୁଇଚକୁ ଅଫ କରାଯାଇଥିବା ରାହୁଲଙ୍କ ଅଭିଯୋଗକୁ ବି ଖଣ୍ଡନ କଲେ । ବାଚସ୍ପତିଙ୍କ ଆସନ ନିକଟରେ କୌଣସି ମାଇକ ସୁଇଚ ନଥାଏ । କୌଣସି ସଦସ୍ୟଙ୍କ ପ୍ରତି ମୁଁ ପକ୍ଷପାତିତା କରିନି କହିଛନ୍ତି, ଓମ ବିର୍ଲା । ଗଣତନ୍ତ୍ରକୁ ସୁଦୃଢ କରିବାକୁ ହେଲେ ବିରୋଧୀଙ୍କ ମଜଭୁତ କରିବାକୁ ପଡିବ ।ଓମ୍ ବିର୍ଲା କହିଛନ୍ତି,କିଛି ସଦସ୍ୟ ଭାବନ୍ତି ବିରୋଧି ଦଳ ନେତା ଗୃହଠାରୁ ଉପରେ। ଯେ କୌଣସି ବିଷୟରେ କିଛି କହିପାରିବେ,କିନ୍ତୁ ଏଭଳି ବିଶେଷାଧିକାର କାହାର ନାହିଁ। ସେ ବିରୋଧି ଦଳ ନେତା,ମନ୍ତ୍ରୀ ଏପରିକି ପ୍ରଧାନମନ୍ତ୍ରୀ ବି ନୁହନ୍ତି। ତାଙ୍କ ଭଳି ଗୃହର ଅନ୍ୟ ସଦସ୍ୟଙ୍କ କହିବାର ସମାନ ଅଧିକାର ରହିଛି। ଏହି ନିୟମ ସଂସଦ ହିଁ ତିଆରି କରିଛି ଓ ମୁଁ ଏହି ପରମ୍ପରାକୁ ଆଗକୁ ବଢାଉଛି।’
