
ନୟାଗଡ଼,(ଓଡ଼ିଶା ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ତ୍ରିନାଥ ଛକସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ହନମାନ ଚାଳିଶା ପଠନ ଏବଂ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରେନ୍ଦ୍ରନାଥ ମହାପାତ୍ର ଏବଂ ସମ୍ପାଦକ ଘନଶ୍ୟାମ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହନୁମାନ ଚାଳିଶା ପଠନରେ ଅନୁଷ୍ଠାନର ଉପସ୍ଥିତ ସଦସ୍ୟମାନେ ଥରେ ଥରେ ହନୁମାନ ଚାଳିଶା ପାଠ କରି ସର୍ଵମଙ୍ଗଳ କାମନା କରିଥିଲେ। ପରେ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଏବଂ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ଅନୁଷ୍ଠାନର ସଂଯୋଜିକା ଶ୍ରାବଣୀ ମିଶ୍ରଙ୍କ ସମେତ ସଦସ୍ୟ ଦୁର୍ଯ୍ୟୋଧନ ସାହୁ ,ହରିହର ମିଶ୍ର,ଡ.ସନ୍ତୋଷ କୁମାର ସାହୁ , ସୁଶାନ୍ତ କୁମାର ସାହୁ, ଉଦୟନାଥ ମହାନ୍ତି , କୃଷ୍ଣପ୍ରିୟା ଦାଶଙ୍କ ସମେତ ଅନେକ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ଏହି ପ୍ରସାଦ ସେବନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
