ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଲକ୍ଷଲକ୍ଷ ଇ-ଚାଲାଣ କଟାଯାଇଛି। ଏହି ଚାଲାଣରୁ କେତେକ ମାମଲାରେ କୋର୍ଟରେ ପ୍ରସିକ୍ୟୁସନ୍ ରିପୋର୍ଟ (ପିଆର) ଦାଖଲ ହୋଇଥିବା ବେଳେ କେତେକ ମାମଲାରେ ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାର ରାଷ୍ଟ୍ରୀୟ ଲୋକ ଆଦାଲତ ମାଧ୍ୟମରେ ଏହାର ସମାଧାନ କରିବାକୁ ନିଷ୍ପତ୍ତ ନେଇଛନ୍ତି।ବକେୟା ଇ-ଚାଲାଣ ଜରିମାନା ପାଇଁ ସରକାର ନୂଆ ଯୋଜନା ଆଣିଛନ୍ତି। ଆସନ୍ତା ୧୪ ରୁ ଆରମ୍ଭ ହେବାକୁ ଥିବା ୨୦୨୬ ମସିହାର ଜାତୀୟ ଲୋକ ଅଦାଲତରେ ନିୟମ ଉଲଂଘନକାରୀ ଜରିମାନାର ୫୦ ପ୍ରତିଶତ ପୈଠ କରି ସମ୍ପୂର୍ଣ୍ଣ ଜରିମାନାମୁକ୍ତ ହୋଇପାରିବେ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।ତେବେ ଲୋକ ଆଦାଲତରେ ଥିବା ସ୍ବତନ୍ତ୍ର କାଉଣ୍ଟର୍ରେ ଜରିମାନା ରଶି ଜମା କରିପାରିବେ କିମ୍ବା ଇ-ଚାଲାଣ ପୋର୍ଟାଲ୍ ମାଧ୍ୟମରେ ଜରିମାନା ରାଶି ଜମା କଲେ ତୁରନ୍ତ କୋର୍ଟ, ବାଣିଜ୍ୟ ବିଭାଗ ଓ ପୁଲିସକୁ ତଥ୍ୟ ପ୍ରଦାନ କରାଯିବା
ସାଧାରଣ ନିୟମ ଉଲଂଘନ ପାଇଁ ୫୦% ଜରିମାନା ଆଦାୟ କରାଯିବ। ବିନା ହେଲମେଟ୍ରେ ଗାଡ଼ି ଚଳାଇଲେ ୫୦୦ ଟଙ୍କା, ସିଟ୍ ବେଲ୍ଡ, ନ ପିନ୍ଧିଲେ ୫୦୦ ଟଙ୍କା, ମୋବାଇଲ୍ ବ୍ୟବହାର କରି ଗାଡ଼ିଚାଳନା ପାଇଁ ୧୦୦୦ ଟଙ୍କା, ଅତ୍ୟଧିକ ବେଗରେ ଗାଡ଼ି ଚଳାଇଲେ ୧୦୦୦ ଟଙ୍କା, ଅଧିକ ପରିବହନ ପାଇଁ ୫୦୦୦ ଟଙ୍କା, ନାଲିବତି ଉଲଂଘନ ପାଇଁ ୧୦୦୦ଟଙ୍କା, ବିନା ପଞ୍ଜୀକରଣ ନମ୍ବର ପାଇଁ ୨୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିବା
