ଖୁବଶୀଘ୍ର ମୁକ୍ତ ହେବେ ସୋନମ ୱାଙ୍ଗଚୁକ୍, କେନ୍ଦ୍ର ସରକାର ହଟାଇଲେ NSA କଟକଣା

ସୋନମ ଓ୍ୱାଙ୍ଗଚୁକଙ୍କୁ ଆଶ୍ୱସ୍ତି । ଲଦ୍ଦାଖରେ ଅଶାନ୍ତି ରୋକିବାକୁ ସରକାରଙ୍କ ବଡ ଉଦ୍ୟମ । କଟକଣା ହଟାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ଅର୍ଥାତ ଗୃହ ମନ୍ତ୍ରାଳୟ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ ବା ଏନଏସଏ ଅନୁସାରେ ଲଦ୍ଦାଖର ସାମାଜିକ କାର୍ଯ୍ୟକର୍ତ୍ତା ସୋନମଙ୍କ ଉପରେ ଲଗାଇଥିବା ସମସ୍ତ କଟକଣାକୁ ହଟାଇ ଦେଇଛି ।ସାମ୍ବିଧାନିକ ସୁରକ୍ଷା ଏବଂ ଲଦାଖକୁ ରାଜ୍ୟ ମାନ୍ୟତା ଦାବି କରି ହିଂସାକୁ ଉସୁକାଇବା ଏବଂ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ଅଭିଯୋଗରେ ସେପ୍ଟେମ୍ବର ୨୦୨୫ ରେ ଲେହରେ ସୋନମ ୱାଙ୍ଗଚୁକ୍ ଗିରଫ ହୋଇଥିଲେ। ତାଙ୍କୁ ଜାତୀୟ ସୁରକ୍ଷା ଆଇନ ଅଧୀନରେ ଯୋଧପୁର ଜେଲରେ ରଖାଯାଇଥିଲା। ଯେଉଁଠାରେ ସେ ଲଦାଖର ପରିବେଶ ଏବଂ ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ଅଭିଯାନ ଚଳାଇଥିଲେ।

ସମ୍ପ୍ରତି ମାମଲାର ଶୁଣାଣି ସମୟରେ, ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକ ଏନଏସଏ ଅଧୀନରେ ଅଟକ ରଖିବାର ନିଷ୍ପତ୍ତି ପୁନର୍ବିଚାର କରିବାକୁ କହିଥିଲେ। ବିଚାରପତି ଅରବିନ୍ଦ କୁମାର ଏବଂ ପି.ବି. ଭାରାଲଙ୍କ ଖଣ୍ଡପୀଠ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ଉଲ୍ଲେଖ କରିଥିଲେ। କୋର୍ଟ ଅତିରିକ୍ତ ସଲିସିଟରଙ୍କୁ ଏହି ମାମଲା ଉପରେ ବିଚାର କରିବାକୁ କହିଥିଲେ।ସରକାରଙ୍କ କହିବାନୁସାରେ, ସୋନମ ମୁକ୍ତ ହେଲା ପରେ ଲଦ୍ଦାଖରେ ଚାଲିଥିବା ଅସ୍ଥିରତା ଶେଷ ହେବ । ସୋନମ ଗତ କିଛି ଦିନ ଧରି ଲଦ୍ଦାଖକୁ ଷଷ୍ଠ ଅନୁଚ୍ଛେଦରେ ସାମିଲ କରିବାକୁ ଦାବି କରୁଛନ୍ତି । ଆହୁରି ମଧ୍ୟ ଲଦ୍ଦାଖକୁ ରାଜ୍ୟର ମାନ୍ୟତା ମିଳୁ ବୋଲି ସେ ଆନ୍ଦୋଳନ କରୁଛନ୍ତି ।

ଅଧିକ ପଢନ୍ତୁ