ଘୋଡା ବେପାର ଆରୋପ କୁ ନେଇ ରାଜ୍ୟ ରାଜନୀତିରେ ଝଡ । କିଏ ବିଧାୟକମାନଙ୍କୁ ନେଇ ହୋଟେଲରେ ରଖିଲେଣି ତ ଆଉ କିଏ ଘନଘନ ବୈଠକ ଡାକି ବିଧାୟକ ମାନଙ୍କୁ ଖାଇବା ପିଇବା ଦେଇ ଆପ୍ୟାୟିତ କରିବାରେ ମାତିଲେଣି । ତେବେ ନବୀନଙ୍କ ଅଧ୍ୟକ୍ଷତାରେ ବୈଠକରେ ସାମିଲ ହୋଇଛନ୍ତି ୩୮ ବିଜେଡି ବିଧାୟକ । ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ଏବଂ ମୋନାହର ରାନ୍ଧରି । ନବୀନ ନିବାସରେ ରାଜ୍ୟ ସଭାରେ କେମିତି ଭୋଟ ଦିଆଯିବ ସେ ବିଷୟରେ ଆଲୋଚନା ହେଲା । ଆମେ ସମସ୍ତେ ଉପସ୍ଥିତ ଥିଲୁ। ନବୀନ ବାବୁ କହିଲେ ଭଲ ଭାବେ ଭୋଟ ଦେବାକୁ ।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ବିଜେଡିର ସମସ୍ତ ବିଧାୟକଙ୍କ ଦୃଢ଼ ବିଶ୍ୱାସ ଯେ ଦଳ ଜିତିବ ବୋଲି କହିଛନ୍ତି କଳିକେଶ ନାରାୟଣ ସିଂହ ଦେଓ । ଆଜି ବୈଠକରେ ଅଧିକାଂଶ ବିଜେଡି ବିଧାୟକ ସାମିଲ ହୋଇଥିଲେ । ଯେଉଁମାନେ ଆଜି ସାମିଲ ହୋଇନାହାନ୍ତି ସେମାନେ ଆମ ସହ ଯୋଗାଯୋଗରେ ଅଛନ୍ତି ବୋଲି ସେ କହିଛନ୍ତି ।
