ସମ୍ପର୍କୀୟ ଦର୍ଶାଇ ବାହାର ଲୋକଙ୍କୁ ମାଗଣା ଟିକେଟ୍ ବିକିଦେଲେ ଏୟାର ଇଣ୍ଡିଆର ଶତାଧିକ କର୍ମଚାରୀ

ଏୟାର ଇଣ୍ଡିଆରେ ଏକ ବଡ଼ ଧରଣର ଜାଲିଆତି ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏୟାରଲାଇନ୍‌ର ହିଁ କର୍ମଚାରୀ ଫ୍ରି ଟିକେଟ୍ ପିଲିସିର ବ୍ୟାପକ ଦୂରୁପଯୋଗ କରିଥିବା ପର୍ଦ୍ଦାଫାସ୍ ହୋଇଛି । କମ୍ପାନୀର ଶତାଧିକ କର୍ମଚାରୀ ବାହାର ଲୋକଙ୍କୁ ନିଜର ସମ୍ପର୍କୀୟ ସଜାଇ ବର୍ଷକୁ ମିଳୁଥିବା ମାଗଣା ବିମାନ ଟିକେଟ୍କୁ ବିକ୍ରି କରିଦେଇଛନ୍ତି । ଟାଟା ଗ୍ରୁପ୍ ନିୟନ୍ତ୍ରଣରେ ଥିବା ଏୟାର ଇଣ୍ଡିଆ ଏହି ଘଟଣାର ତଦନ୍ତ କରିବା ପରେ ଏବେ ଦୋଷୀ କର୍ମଚାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ।ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ELT ପଲିସିରେ ବାର୍ଷିକ ୧୪ଟି ମାଗଣା ଟିକେଟ୍ ମିଳିଥାଏ । ଏହି ମାଗଣା ଟିକେଟ୍ ଏୟାର ଇଣ୍ଡିଆର କର୍ମଚାରୀ ନିଜେ କିମ୍ବା ସେମାନଙ୍କ ପରିବାରର ସଦସ୍ୟ (ବାପାମାଆ, ସ୍ଵାମୀ କିମ୍ବା ସ୍ତ୍ରୀ)ଙ୍କ ପାଇଁ ବ୍ୟବହାର କରାଯାଇ ପାରିବ ।

ଆଭ୍ୟନ୍ତରୀଣ ଯାଞ୍ଚରୁ ଜଣାପଡ଼ିଛି ଯେ, ହଜାର ହଜାର କର୍ମଚାରୀ ଏହି ମାଗଣା ଟିକେଟ୍‌ର ଭରପୁର ଫାଇଦା ଉଠାଇବା ପାଇଁ ବାହାର ଲୋକଙ୍କୁ ସମ୍ପର୍କୀୟ ଦର୍ଶାଇଛନ୍ତି । ଏକାଧିକ ଷ୍ଟାଫ ମେମ୍ବର୍ସ ବାହାର ଲୋକଙ୍କୁ ସମ୍ପର୍କୀୟ କହି ମାଗଣା ଟିକେଟ୍ ହାତେଇଛନ୍ତି ।ସମୁଦାୟ ୨୪ ହଜାର କର୍ମଚାରୀଙ୍କ ମଧ୍ୟରୁ ଏକ ବଡ଼ ଅଂଶ ଏହି କାରବାରରେ ସାମିଲ ଥିବା ଜଣାପଡ଼ିଛି ।ଏହି ଜାଲିଆତି ଧରାପଡ଼ିବା ପରେ କମ୍ପାନୀ ପକ୍ଷରୁ ସମ୍ପୃକ୍ତ କର୍ମଚାରୀମାନଙ୍କୁ ରିକଭରି ନୋଟିସ୍ ଜାରି କରାଯାଇଛି । ଜାଲିଆତି କରି ବ୍ୟବହାର କରାଯାଇଥିବା ଟିକେଟର ଅର୍ଥ କର୍ମଚାରୀଙ୍କଠାରୁ ଅସୁଲ କରାଯିବ । ଏହା ସହିତ ସେମାନଙ୍କ ଉପରେ ଜୋରିମାନେ ମଧ୍ୟ ଲଗାଯାଇଛି । ଭବିଷ୍ୟତରେ ଏଭଳି ଦୁର୍ନୀତି ରୋକିବା ପାଇଁ ଏୟାର ଇଣ୍ଡିଆ ନିଜର ମାଗଣା ଟିକେଟ୍ ସ୍କିମ୍ ରେ ବଡ଼ ପରିବର୍ତ୍ତନ କରିଛି । ଏଣିକି ମାଗଣା ଟିକେଟ୍ ବ୍ୟବହାର କରିବା ପୂର୍ବରୁ ସମ୍ପର୍କୀୟଙ୍କ ସମ୍ପୂର୍ଣ୍ଣ ବିବରଣୀ ଏବଂ ପରିଚୟ ପତ୍ର ଦେବାକୁ ପଡ଼ିବ । ଦସ୍ତାବିଜଗୁଡ଼ିକର କ୍ରସ୍-ଭେରିଫିକେସନ୍ କରାଯିବ ଯେପରି କେହି ନକଲି ପରିଚୟ ଦେଇ ଯାତ୍ରା କରିପାରିବେ ନାହିଁ ।

ଅଧିକ ପଢନ୍ତୁ