କିଏ କଲେ କ୍ରସ୍ ଭୋଟିଂ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ରାଜନୀତି ସରଗରମ । ଖାଲି କଂଗ୍ରେସ ନୁହେଁ, ବିଜେଡିରୁ ବି ହୋଇଛି କ୍ରସ ଭୋଟିଂ । ୨୦୧୬ ରାଜ୍ୟସଭା ନିର୍ବଚନରେ ମୋଟ ୧୧ ବିଧାୟକଙ୍କ କ୍ରସ୍ ଭୋଟିଂ ହୋଇଥିବା ଜଣାଯାଇଛି ।ତେବେ ଦିଲ୍ଲୀପ ରାୟ ଏବଂ ଦତ୍ତେଶ୍ବର ହୋତାଙ୍କ ମଧ୍ୟରେ ଚତୁର୍ଥ ଆସନ ପାଇଁ ଲଢ଼େଇ ଚାଳିଥିବାବେଳେ ବିଜେଡି-କଂଗ୍ରେସର ୧୧ ଜଣ ବିଧାୟକ କ୍ରସ ଭୋଟିଂ ହୋଇଛି | କଂଗ୍ରେସର ୩ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ପିସିସି ସଭାପତି ଭକ୍ତ ଦାସ ସ୍ପଷ୍ଟ କରିଛନ୍ତି । ସେମାନେ ହେଲେ ଦାଶରଥୀ ଗମାଙ୍ଗ, ସୋଫିଆ ଫିର୍ଦ୍ଦୋଷ ଓ ରମେଶ ଜେନା । ସେହିପରି ବିଜେଡିର ୮ ବିଧାୟକଙ୍କ କ୍ରସ୍ ଭୋଟିଂ ହୋଇଛି । ଚକ୍ରମଣି କହଁର, ସୌଭିକ ବିଶ୍ବାଳ, ନବ କିଶୋର ମଲ୍ଲିକ , ସୁବାସିନୀ ଜେନା , ଦେବୀ ରଂଜନ ତ୍ରିପାଠୀ , ରମାକାନ୍ତ ଭୋଇ ଓ ବିଜେଡ଼ି ନିଲମ୍ବିତ ବିଧାୟକ ହେଲେ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର

ଅଧିକ ପଢନ୍ତୁ