କ୍ରସ୍‌ ଭୋଟିଂ ପରେ ବର୍ଷିଲେ ନବୀନ

ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପି ଘୋଡ଼ା ବେପାର କରୁଛି କହିଥିଲି । ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି ।ସେମାନଙ୍କର ବାପାମାନେ ଜେଲ୍‌ରେ ରହିଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି ନବୀନ । ଅନ୍ୟପଟେ ବିଧାୟିକା ଉପାସନାଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତାଙ୍କ ନବୀନ ପଟ୍ଟନାୟକଙ୍କ ଅଭିଯୋଗ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପାସନା ମହାପାତ୍ରଙ୍କୁ ଦ୍ୱିତୀୟ ଥର ବାଲାଟ ଦେବା ନେଇ ପ୍ରଶ୍ନ ଉଠାଇଛନ୍ତି ।

ଏହା ଗଣତନ୍ତ୍ର ବିରୋଧୀ ଓ ପୋଲିଂ ଅଧିକାରୀ ପକ୍ଷପାତିତା କରୁଥିବା ନେଇ ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଯଦି ଏଭଳି ଭାବେ ଜଣଙ୍କୁ ଦୁଇ ଦୁଇଟି ବାଲାଟ ଦିଆଯିବ ତେବେ ପୋଲିଂ ଅଧିକାରୀ ବାଲାଟ କେଉଁଠୁ ଆଣିବେ । ଏହା ଉପରେ ତଦନ୍ତ ଦାବି କରିଛନ୍ତି ନବୀନ ।

ଅଧିକ ପଢନ୍ତୁ