ଅସୁରକ୍ଷିତ ଗହୀରମଥା ଅଭୟାରଣ୍ୟ;ଅଲିଭରିଡଲେ କଇଁଛମାନଙ୍କ ଅଣ୍ଡାଦାନ ଆରମ୍ଭ

ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପାଇଁ ଗହୀରମଥାକୁ ନୋ ଫିସିଂ ଜୋନ୍‌ ଘୋଷଣା କରାଯାଇଛି । ନଭେମ୍ବର ୧ରୁ ମେ ୩୧ ତାରିଖ ଯାଏ କଟକଣା ସମୟରେ ସମୁଦ୍ରରେ ମାଛ ଧରିବା ପାଇଁ ବାରଣ କରାଯାଇଛି । ତା’ ପରେ ମଧ୍ୟ ଟ୍ରଲର୍‌ଗୁଡ଼ିକ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାର ନିଷିଦ୍ଧାଞ୍ଚଳରେ ପଶି ମାଛ ଧରୁଛନ୍ତି । ଫଳରେ ଟ୍ରଲର୍‌ ମାଡ଼ରେ ଅକାଳରେ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ହେଉଛି । ତେବେ ଚଳିତ ବର୍ଷ ଗୋଟିଏ ଦିନରେ ୬୦ରୁ ଅଧିକ କଇଁଛ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରିଥିବାରୁ ଏଥର ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହେବାନେଇ ଆଶାରଖିଛି ବନବିଭାଗ । ବର୍ତ୍ତମାନ ସୁଦ୍ଧା ବନବିଭାଗର ରିପୋର୍ଟ ଅନୁସାରେ ୨୨୫ଟି କଇଁଛ ବସା ଚିହ୍ନଟ କରାଯାଇ ହାଚେରିରେ ରଖାଯାଇଛି । କିନ୍ତୁ ଦୁଃଖର କଥା ହେଲା ଯେ ଦୀର୍ଘ ସମୟ ଧରି ସମୁଦ୍ରରେ ଯାତ୍ରା, ସ୍ଥାନୀୟ ଜଳବାୟୁ ସହ ଖାପ ଖୁଆଇ ନପାରିବା ଯୋଗୁଁ ବହୁ ଅଲିଭ୍‌ରିଡ୍‌ଲେଙ୍କ ମୃତ୍ୟୁ ଘଟୁଛି । କଇଁଛ ମୃତ୍ୟୁକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ନିଷିଦ୍ଧାଞ୍ଚଳରେ କଟକଣା କଡ଼ାକଡ଼ି କରାଯାଇଛି । ଯେଉଁମାନେ କଟକଣା ଖିଲାପ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆଇନତଃ ପଦକ୍ଷେପ ନିଆଯାଉଛି । ଚଳିତ ବର୍ଷ ଏବେ ସୁଦ୍ଧା ୪୦୯ କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇସାରିଲେଣି ।

ଅଧିକ ପଢନ୍ତୁ