SCB ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଆମ ସରକାରରେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ। ତେଣୁ ଆଜିର ଏହି ଘଟଣା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ନବୀନ ଦାବି କରିଛନ୍ତି।ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗରୁ ଅର୍ଥ ଲୁଟିବା ଚିନ୍ତାରେ ସରକାର ରହିଛନ୍ତି। ଓଡ଼ିଶାର ସରକାରୀ କିମ୍ବା ବେସରକାରୀ ହସ୍ପିଟାଲର ଅବସ୍ଥା ତଳ ସ୍ତରକୁ ଖସି ଯାଇଛି । ମୁଁ ଯୁବ ପିଢ଼ିଙ୍କୁ ଆହ୍ବାନ କରୁଛି ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରନ୍ତୁ। ନୈତିକ ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ତାପରେ ଯାଇ ତଦନ୍ତ କରନ୍ତୁ। SCB ହସ୍ପିଟାଲ ଜଳି ପୋଡ଼ି ପାଉଁଶ ହୋଇଗଲା । ଲୋକେ ଜୀବନ୍ତ ଦଗ୍ଧ ହୋଇଗଲେ… ସରକାର କିନ୍ତୁ ସ୍ବାସ୍ଥ୍ୟ ବିଭାଗରୁ ଅର୍ଥ ଲୁଟିବା ଚିନ୍ତାରେ।
