ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମସି, ଏଥର ନନ୍ଦିଗ୍ରାମରୁ ଲଢ଼ିବେନି ମମତା

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗିରହିଛି । ଏପ୍ରିଲ ୨୩ ଏବଂ ଏପ୍ରିଲ୍‌ ୨୯ରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ମେ’ ୪ରେ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ଦଳ ନିଜ ନିଜର ପ୍ରାର୍ଥୀଙ୍କ ତାଲିକା ଜାରି କରୁଛନ୍ତି ।ତେବେ ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। କାଳିଘାଟସ୍ଥିତ ଟିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସୁପ୍ରିମୋ ମମତା ବାନାର୍ଜୀ ୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ମମତା ଭବାନୀପୁରରୁ ନିର୍ବାଚନ ଲଢ଼ିବେ। ବାକି ୩ଟି ଆସନ​‌ରେ ପ୍ରାର୍ଥୀ ଦେଇ ନାହିଁ ଟିଏମସି । ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବା ପରେ ଏହା ସ୍ପଷ୍ଟ ହେବ । ଭାଜପା ପୂର୍ବରୁ ଏହାର ପ୍ରଥମ ତାଲିକା ପ୍ରକାଶ କରିସାରିଛି। ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଭବାନୀପୁର ଏବଂ ନନ୍ଦୀଗ୍ରାମ ବିଧାନସଭା ଉଭୟ ଆସନରୁ ପ୍ରାର୍ଥୀ କରାଯାଇଛି।

ଅଧିକ ପଢନ୍ତୁ