ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଥିବାରୁ ବୁଧବାର ଦିନ ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ବୁଧବାର ଚୈତ୍ର କୃଷ୍ଟ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶ୍ରୀଙ୍ଗାର ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ଗୁପ୍ତ ନୀତି ଚାଲିବ । ଯାହାଫଳରେ ସର୍ବସାଧାରଣ ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ ନିଷେଧ ରହିଛି । ତେଣୁ ଏହି ସମୟରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବି ବନ୍ଦ ରହିବ ।ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହେବ। ବନକଲାଗି ନୀତି ପରେ ମହାପ୍ରଭୁଙ୍କର ମହାସ୍ନାନ ହେବ। ଏହାପରେ ରାତି ୧୦ଟା ପରେ ପୁଣି ମହାପ୍ରଭୁଙ୍କ ନିତି କାନ୍ତି ଆରମ୍ଭ ହେବା ସହ ଦର୍ଶନ ଆରମ୍ଭ ହେବ।
