ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଗୁରୁ ଦାୟିତ୍ୱ । ଜନଗଣନା ପୂର୍ବରୁ ଦାୟିତ୍ୱ ଦେଇଦେଲେ କେନ୍ଦ୍ର ସରକାର । ବାଲୁକା କଳା ମଧ୍ୟରେ ଲୋକଙ୍କୁ ସଚେତନ କରିବେ ସୁଦର୍ଶନ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ଦେଶରେ ପରବର୍ତ୍ତୀ ଜନଗଣନା ୨୦୨୭ରୁ ଆରମ୍ଭ ହେବ। ଏଥିରେ ଲୋକଙ୍କ ଜାତି ଓ ସାମାଜିକ-ଆର୍ଥିକ ବିବରଣୀକୁ ମଧ୍ୟ ସାମିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଜନଗଣନା ୨୦୨୭ ଓ ଜାତି ଜନଗଣନା ଭାରତର ରାଜନୀତିକ ଓ ସାମାଜିକ ସଂରଚନାରେ ଏକ ଐତିହାସିକ ମୋଡ଼ ପ୍ରମାଣିତ ହୋଇପାରେ।
ଏହାଦ୍ବାରା ମହିଳା ସଶକ୍ତିକରଣ, କ୍ଷେତୀୟ ସନ୍ତୁଳନ, ସାମାଜିକ ନ୍ୟାୟ ଓ ଲୋକତାନ୍ତ୍ରିକ ପ୍ରତିନିଧିତ୍ବର ନୂଆ ଅଧ୍ୟାୟ ଆରମ୍ଭ ହେବ। ୨୦୨୭ ଜନଗଣନା ଆଧାରରେ ନୂଆ ସୀମା ସ୍ଥିର କରାଯିବ। ଏହାଦ୍ବାରା ଲୋକସଭା ଓ ବିଧାନସଭା କ୍ଷେତ୍ରର ସଂଖ୍ୟା, କ୍ଷେତ୍ରଫଳ ଓ ପ୍ରତିନିଧିତ୍ବରେ ବଡ଼ ପରିବର୍ତ୍ତନ ଆଣିପାରେ।
