ବିଜେବି କଲେଜ ହଷ୍ଟେଲରେ ଛାତ୍ର ଗଣ୍ଡଗୋଳ ଘଟଣାରେ ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ବିଜେବି କଲେଜ ହଷ୍ଟେଲରେ ଛାତ୍ର ଗଣ୍ଡଗୋଳ ଘଟଣାରେ ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ରେସିଡେନ୍ସି କମିଟି ବୈଠକ ସରିବା ପରେ ଏନେଇ ସୂଚନା ଦେଇଛନ୍ତି କଲେଜ କର୍ତ୍ତୃପକ୍ଷ । ଗଠନ ହୋଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ୨୪ ଘଣ୍ଟା ଭିତରେ କଲେଜ ଅଧ୍ୟକ୍ଷକଙ୍କୁ ରିପୋର୍ଟ ଦେବ । ଗଣ୍ଡଗୋଳରେ ସାମିଲ ଛାତ୍ରଙ୍କ ବିରୋଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ ।

ଫେରୱାଲ୍ ପାର୍ଟିରେ DJ ବଜାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏବେ ପରିସ୍ଥିତି ଶାନ୍ତ ଅଛି । ପ୍ରଥମେ ବୁଝାସୁଝା କରାଯାଇଥିଲା । ପରେ ପୁଣି ହଠାତ୍ ଘଟଣା ଘଟିଲା । ଆହତ ଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି । ଆକ୍ରମଣ ସମୟର ସିସିଟିଭି ଫୁଟେଜ ପୁଲିସକୁ ଦିଆଯିବ ବୋଲି କହିଛନ୍ତି କଲେଜ କର୍ତ୍ତୃପକ୍ଷ । ଫେୟାରୱେଲ୍ ଉତ୍ସବରେ ମ୍ୟୁଜିକ୍ ବନ୍ଦକୁ ନେଇ ଆରମ୍ଭ ହୋଇଥିବା ବିବାଦ ପରେ ଭୟଙ୍କର ରୂପ ନେଇଥିଲା । ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି ।

ଅଧିକ ପଢନ୍ତୁ