ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀଦଳ ନେତା ନବୀନ । ‘ବିଜୁ ବାବୁ ଚାରିଟେବୁଲ କାମ ପାଇଁ ଜଣାଶୁଣା ଥିଲେ’ । ମୋ ଭାଇ ଭଉଣୀ ମୋତେ ଆନନ୍ଦ ଭବନ ଦାନ କରିଛନ୍ତି। ବେକ ଅପରେସନ ପାଇଁ ବମ୍ବେ ଦିଲ୍ଲୀ ଯାଇଥିଲି। ଓକିଲ ଏବଂ ଚଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହ ଦେଖାସାକ୍ଷାତ କରିଥିଲି। ତାପରେ ଟ୍ରଷ୍ଟ କରିବା ପାଇଁ ନିଷ୍ପତ୍ତି ନେଇଥିଲି। ଗୁରୁତର ବେକ ଅପରେସନ ପୂର୍ବରୁ ବିଜୁ ବାବୁଙ୍କ ନାଁରେ ଓଡ଼ିଶାବାସୀଙ୍କ ପାଇଁ ଟ୍ରଷ୍ଟ ଖୋଲିବାକୁ ନିଷ୍ପତ୍ତି ନେଇଥିଲି। ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ମୋ ଫଣ୍ଡରୁ ୧ ଲକ୍ଷ ଟଙ୍କା ଦେଇଥିଲି। ଏହି ଫଣ୍ଡରେ ବିଜେଡି କିମ୍ବା ଅନ୍ୟ କିଛି ଫଣ୍ଡ ନାହିଁ। ପୁଣି ଥରେ ଏହାକୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଗଣମାଧ୍ୟମ ନେଗେଟିଭ ଷ୍ଟୋରୀ କରୁଛି।
