ପପିଲି ବଳଙ୍ଗା ଥାନା କେତକୀପାଟଣା ପଞ୍ଚାୟତ ଦୁବପାଟଣା ଗାଁରେ ଜିଅନ୍ତା ଜଳିଗଲେ ଜଣେ ମହିଳା । କିରୋସିନି ନିଆଁରେ ପୋଡି ହୋଇ ମହିଳା ଜଣକ ଜୀବନ ହାରିଥିବା କୁହାଯାଉଛି । ସୂଚନା ପାଇ ପିପିଲି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ପାରିପାର୍ଶ୍ଵିକ ସ୍ଥିତିରୁ ନିଜେ ପୋଡି ହୋଇ ମରିଥିବା କହିଛନ୍ତି । ତେବେ ମହିଳା ଜଣଙ୍କ କେଉଁ କାରଣରୁ ନିଜେ ଜାଳି ହୋଇ ମରିଲେ ତାହାର କାରଣ ଅସ୍ପଷ୍ଟ ରହିଛି । ପାରିବାରିକ ଚାପ, ନା ଅନ୍ୟ କୌଣସି କାରଣ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ପୂର୍ବରୁ ପିପିଲି ବଳଙ୍ଗାରେ ନିଆଁ ଲାଗି ଗୋଟିଏ ଝିଅର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଥିଲା ।
