ବୃଦ୍ଧଙ୍କୁ ବସ୍ତାରେ ଭରି କୋରିଅର କରିଦେଲେ ପରିବାର, କୋରିଅର ଖୋଲିବାରୁ ମିଳିଲେ ଜୀବିତ

କର୍ଣ୍ଣାଟକର ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଦର୍ଶାଉଛି ଯେ, ଲୋକମାନେ ସୋସିଆଲ ମିଡିଆରେ ଭ୍ୟୁ ଏବଂ ଲାଇକ୍ ପାଇଁ କେତେ ବ୍ୟାକୁଳ ।ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଏକ ବସ୍ତା ଭିତରେ ଭର୍ତ୍ତି କରି କୋରିଅର ଅଫିସକୁ ନେଇ ଯେତେବେଳେ ମାଙ୍ଗାଲୁରୁକୁ ପାର୍ସଲ କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ସମ୍ପୁର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ସେ ହେଉଛନ୍ତି ପୁଣି ମହିଳାଙ୍କ ବାପା।ତେବେ ଉଗାଦି ଏବଂ ଇଦ୍-ଉଲ୍-ଫିତର ପୂର୍ବରୁ ବସ୍ ଭଡ଼ା ବୃଦ୍ଧି ବିରୋଧରେ ପ୍ରତିବାଦ କରିବା ପାଇଁ ଏକ ପରିବାର ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି। ସୂଚନାମୁତାବକ, ମଙ୍ଗଳବାର ସନ୍ଧ୍ୟାରେ, ପରିବାର ଭୟାଲିକାଭଲ ପୋଲିସ ଷ୍ଟେସନ ସୀମା ମଧ୍ୟରେ ଅବସ୍ଥିତ ଏକ ଘରୋଇ କୋରିଅର ସେବା କେନ୍ଦ୍ରରେ ପହଞ୍ଚି କହିଥିଲେ ଯେ ସେମାନେ ଘରୋଇ ଏବଂ ସରକାରୀ ବସ୍ ଉଭୟର ବର୍ଦ୍ଧିତ ଭଡ଼ା ବିଷୟରେ ଜନସଚେତନତା ବୃଦ୍ଧି କରିବା ପାଇଁ ଏକ “ମାନବ ପାର୍ସଲ” ପଠାଇବାକୁ ଚାହାଁନ୍ତି। ଏହି ଅନୁରୋଧରେ ଆଶ୍ଚର୍ଯ୍ୟ ହୋଇ, କୋରିଅର କର୍ମଚାରୀମାନେ ତୁରନ୍ତ ପୋଲିସକୁ ସତର୍କ କରାଇଥିଲେ। କିନ୍ତୁ ଯେତେବେଳେ ବାକ୍ସଟି ଖୋଲାଗଲା, ବୃଦ୍ଧ ବ୍ୟକ୍ତିଙ୍କ ଅବସ୍ଥା ଖରାପ ହେଉଯାଇଥିବାର ଦେଖିବାକୁ ମିଳିଥିଲା। ବୃଦ୍ଧ ବ୍ୟକ୍ତିଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। କୋରିଅର କର୍ମଚାରୀମାନେ ପରିସ୍ଥିତିର ଗମ୍ଭୀରତାକୁ ଜାଣି ଏହାକୁ ନନେବାକୁ କହିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ପରିବାର ସଦସ୍ୟମାନେ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବାକୁ ଲାଗିଲେ। ସେମାନେ ଏତେ ଦୂରରୁ ଆସିଛନ୍ତି, ସେମାନଙ୍କ ପାର୍ସଲ ଗ୍ରହଣ କରିବାକୁ ଦାବି କରିଥିଲେ।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ପରିବାରକୁ ଥାନାକୁ ନେଇଯାଇଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ପୁଲିସ ସମସ୍ତଙ୍କ ବୟାନ ରେକର୍ଡ କରିଥିଲା। ପରେ, ପରିବାର ସଦସ୍ୟ କ୍ଷମା ପ୍ରାର୍ଥନା ଭିଡିଓ ଜାରି କରି ସେମାନଙ୍କର ଭୁଲ ସ୍ୱୀକାର କରିଥିଲେ। ସେମାନଙ୍କର କାର୍ଯ୍ୟ ଅତ୍ୟନ୍ତ ଦାୟିତ୍ୱହୀନ ବୋଲି ସ୍ୱୀକାର କରିଥିଲେ।

ଅଧିକ ପଢନ୍ତୁ