ରମେଶଙ୍କ ବିସ୍ଫୋରଣ, ଶୀଘ୍ର ବନ୍ଦ ହେବ କଂଗ୍ରେସ ଅଫିସ

କ୍ରସ ଭୋଟିଂ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ରମେଶ ଜେନା । ୨୪ ବର୍ଷ ଧରି ବିଜେଡି ହଇରାଣ କରିଥିଲା, ପ୍ରତିଶୋଧ ନେଇଛି । ମୋ ପ୍ରତି, ପରିବାର ପ୍ରତି ନିର୍ବାଚନ ମଣ୍ଡଳୀ ପ୍ରତି ଅନ୍ୟାୟ କରିଥିଲେ । ସୁଯୋଗକୁ ଅପେକ୍ଷା କରିଥିଲି , ପ୍ରତିଶୋଧ ନେଲି । ମୋ ମାଆ ବାପଙ୍କ ସ୍ୱାଭିମାନ ଓ ସମ୍ମାନ ପାଇଁ ଭୋଟ ଦେଲିନି । ପ୍ରଥମ ରାଗ ବିଜେଡି ଓ ଦ୍ୱିତୀୟ ରାଗ କଂଗ୍ରେସ ଉପରେ ଥିଲା। ପ୍ରତିଶୋଧ ନେବାକୁ ଦିଲୀପ ରାୟଙ୍କୁ ଭୋଟ ଦେଲି ବୋଲି ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ରମେଶ ଜେନା।ସେ କହିଛନ୍ତି, ଗଞ୍ଜାମ ବାଘ ଘାସ ଖାଏ ନାହିଁ। ରାଜ୍ୟ ରାଜନୀତିରେ ପିସିସି ସଭାପତି ଭକ୍ତ ଦାସଙ୍କର କିଛି ଅଭିଜ୍ଞତା ନାହିଁ। ଖାଲି ପଦବୀ ମାଡ଼ି ବସିଛନ୍ତି। ଭକ୍ତ ଦାସ ବିଭିନ୍ନ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛନ୍ତି। କଂଗ୍ରେସକୁ ବୁଡ଼େଇ ଦେବେ। ସମସ୍ତଙ୍କ ମତ ନେଉ ନାହାନ୍ତି। ନିଜକୁ ହିଟଲର ଭାବୁଛନ୍ତି ଭକ୍ତ ଦାସ। ଘାସିରାମ ମାଝିଙ୍କୁ ମନ ଇଚ୍ଛା ଟିକେଟ ଦେଇଥିଲେ।ତେଣୁ ମୁଁ ଦଲର ନିଲମ୍ବନକୁ ସ୍ୱାଗତ କରୁଛି। ଓପନ୍ କଲେ ପ୍ରତିଶୋଧ ନେଇ ହୁଏ ନାହିଁ। ସାଇଲେଣ୍ଟ ରହିଲେ ପ୍ରତିଶୋଧ ନେଇ ହୁଏ।

ଅଧିକ ପଢନ୍ତୁ