ଦିଲ୍ଳୀପ ରାୟଙ୍କୁ ଭୋଟ ଦେଇଛି : ସୁବାସିନୀ

ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧରେ ଯାଇ କ୍ରସ୍‌ ଭୋଟିଂ କରିଥିବା ବିଧାୟିକା ସୁବାସିନୀ ଜେନା ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଁ ଆମ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭୋଟ ଦେଇଛି। ମୁଁ ଗୋଟିଏ ଭୋଟ ସଂତୃପ୍ତ ମିଶ୍ରଙ୍କୁ ଓ ଦ୍ବିତୀୟ ଭୋଟଟି ଦିଲ୍ଲୀପ ରାୟଙ୍କୁ ଦେଇଛି। ଦିଲ୍ଲୀପ ରାୟଙ୍କୁ ବିବେକାନୁମୋଦିତ ଭୋଟ୍‌ ଦେଇଥିବା ସୁବାସିନୀ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି, ମୋ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସହିତ ମୋର ଲଢ଼େଇ। ତେଣୁ ମୁଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ନାହିଁ।

ଅଧିକ ପଢନ୍ତୁ