ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ।ଆସନ୍ତାକାଲି ପାଇଁ 19 ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ରାଜ୍ୟରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ ଓ ପାର୍ଶ୍ୱବର୍ତ୍ତୀ ୟାନମ୍ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପ୍ରଭାବରେ ଆଗାମୀ 7 ଦିନ ଯାଏଁ ରାଜ୍ୟରେ ବର୍ଷା ହେବା ସମ୍ଭାବନା ରହିଛି ।ଆସନ୍ତା 24 ଘଣ୍ଟାରେ ନୂଆପଡା, ବଲାଙ୍ଗୀର, କନ୍ଧମାଳ ଓ ଗଞ୍ଜାମରେ ବିଜୁଳି ଘଡଘଡି ସହ 50ରୁ 60 କି.ମି ଝଡ ପବନ ଓ କୁଆପଥର ବର୍ଷା ସମ୍ଭାବନା ରହିଥିବା ବେଳେ ଏହି 4 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଗଜପତି, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ମାଲକାନଗିରିରେ ବିଜୁଳି ଘଡଘଡି ସହ 30ରୁ 40 କି.ମି ବେଗରେ ପବନ ବହିବା ସହ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି 7 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ସୁନ୍ଦରଗଡ଼,ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, ବରଗଡ଼ ଓ ସମ୍ବଲପୁରରେ ବିଜୁଳି ଘଡଘଡି ସହ 50ରୁ 60 କି.ମି ବେଗରେ ଝଡ ପବନ ଓ କୁଆପଥର ବର୍ଷା ସମ୍ଭାବନା ରହିଥିବା ବେଳେ ଏହି 6 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି ,ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ସୋନପୁର ଅନୁଗୋଳ ଢେଙ୍କାନାଳ ଓ ଦେଓଗଡ ଏହି 13 ଜିଲ୍ଲାରେ ବିଜୁଳି ଘଡଘଡି ସହ 30ରୁ 40 କି.ମି ବେଗରେ ଝଡ଼ ପବନର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ