ଭାରତୀୟ ଅର୍ଥନୀତି ପାଇଁ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି ।ପଶ୍ଚିମ ଏସିଆରେ ବଢ଼ୁଥିବା ଯୁଦ୍ଧ ପରିସ୍ଥିତି ଏବଂ ଅଶୋଧିତ ତେଲ ଦର ବୃଦ୍ଧି ଟଙ୍କା ଉପରେ ଚାପ ପକାଇଛି । ବ୍ରେଣ୍ଟ କ୍ରୁଡ୍ ଅଏଲ୍ ବ୍ୟାରେଲ ପିଛା ୧୦୦ ଡଲାର ଉପରେ ରହିଛି । ଭାରତ ଏହାର ଅଧିକାଂଶ ତେଲ ଆମଦାନୀ କରୁଥିବାରୁ, ଆମଦାନୀ ଖର୍ଚ୍ଚ ବଢ଼ିବା ସହ ଡଲାରର ଚାହିଦା ବୃଦ୍ଧି ପାଇଛି । ବିଦେଶୀ ମୁଦ୍ରା ବଜାରରେ ଭାରତୀୟ ଟଙ୍କାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି । ଇତିହାସରେ ପ୍ରଥମ ଥର ପାଇଁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ୯୩ ଟଙ୍କା ଅତିକ୍ରମ କରିଛି ।ଟଙ୍କାର ମୂଲ୍ୟ କମିବା ଦ୍ୱାରା ଆଗାମୀ ଦିନରେ ଦେଶରେ ମୁଦ୍ରାସ୍ଫୀତି ବଢ଼ିବା ଆଶଙ୍କା ରହିଛି । ଏବେ ସମସ୍ତଙ୍କ ନଜର ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଉପରେ ରହିଛି । ଟଙ୍କାର ସ୍ଥିତି ସୁଧାରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ କି ପଦକ୍ଷେପ ନେଉଛି
