୧୯ ହଜାର ୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ: ଗଣଶିକ୍ଷା ମନ୍ତ୍ରୀ

ଶିକ୍ଷା ବିଭାଗର ବିକଳ ଚିତ୍ର । ୧୯୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ୍ । ରାଜ୍ୟର ୧୯ ହଜାର ୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ୍ ।ଏନେଇ ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି । ଡେସ୍କ ଓ ବେଞ୍ଚ ନଥିବାରୁ ତଳେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଡେସ୍କ ଓ ବେଞ୍ଚ ଯୋଗାଇବାକୁ ପଦକ୍ଷେପ ନିଆଯାଉଛି କହିଛନ୍ତି ମନ୍ତ୍ରୀ । ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ । ଚଳିତ ବର୍ଷ ୫,୪୬,୮୭୬ ପିଲା ଫର୍ମ ଫିଲଅପ କରିଥିଲେ । ହେଲେ ପରୀକ୍ଷା ଦେଇଛନ୍ତି ୫୩୬୯୪୬ ଛାତ୍ରଛାତ୍ରୀ । ଯାହା ୧.୮୧% ଅନୁପସ୍ଥିତ ପିଲାଙ୍କ ହାର ।

ଅଧିକ ପଢନ୍ତୁ