ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜର ଗସ୍ତ ସମୟରେ ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି । ଆଜି ସକାଳେ ରାଷ୍ଟ୍ରପତି ‘ଶ୍ରୀ ହିତ ରାଧା କେଳି କୁଞ୍ଜ ଆଶ୍ରମ’ରେ ପହଞ୍ଚିଥିଲେ, ଯେଉଁଠାରେ ସେ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ କରିବା ସହ ତାଙ୍କ ସହ ଆଲୋଚନା କରିଥିଲେ ।ସୂଚନାନୁଯାୟୀ, ଦୁଇ ଜଣ ଏକାନ୍ତରେ ବସି ଆଧ୍ୟତ୍ମିକତା, ସେବା ଏବଂ ଜନ କଲ୍ୟାଣ ସମ୍ପର୍କରେ ଆଲୋଚନା କରିଥିଲେ । ରାଷ୍ଟ୍ରପତି ପ୍ରେମାନନ୍ଦ ମହାରାଜଙ୍କ ସରଳ ଜୀବନଯାପନ ଏବଂ ତାଙ୍କର ଆଧ୍ୟାତ୍ମିକ ଉପଦେଶ ପ୍ରତି ସମ୍ମାନ ପ୍ରକାଶ କରିଥିଲେ । କଡ଼ା ସୁରକ୍ଷା ମଧ୍ୟରେ ହୋଇଥିବା ସାକ୍ଷାତକାର ସମୟ ଆଶ୍ରମରେ ଭକ୍ତିମୟ ବାତାବରଣ ସୃଷ୍ଟି କରିଥିଲା । ଗତକାଲି ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦର୍ଶନ କରି ଦ୍ରୌପଦୀ ମୁର୍ମୁ ମଥୁରାରେ ପହଞ୍ଚିଥିଲେ ।ମାର୍ଚ୍ଚ ୨୧ ତାରିଖରେ ଗୋବର୍ଦ୍ଧନର ଦଙ୍ଗଘାଟି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସେ ସାତ ମାଇଲର ପାରମ୍ପରିକ ଗୋବର୍ଦ୍ଧନ ପରିକ୍ରମା କରିବେ ଏବଂ ତା’ପରେ ନୂଆଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।

ଅଧିକ ପଢନ୍ତୁ