ମାଓ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଓ ମୁକ୍ତ ଅଭିଯାନରେ ବଡ଼ ସଫଳତା। ଛତିଶଗଡ଼ ଜଗଦଲପୁରରେ ଆତ୍ମସମର୍ପଣ କରିଛନ୍ତି ଟପ୍ ମାଓନେତା ତଥା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମୁଖ୍ୟ ପାପା ରାଓ। ପୁନର୍ବାସ ପାଇଁ ୧୨ ଜଣ ନକ୍ସଲ ସାଥୀଙ୍କ ସହିତ ପାପା ରାଓ ଜଗଦଲପୁର ପହଞ୍ଚିଛନ୍ତି।ପାପା ରାଓ ମାଓ ସଙ୍ଗଠନର ଷ୍ଟେଟ୍ ଜୋନାଲ କମିଟି ସଦସ୍ୟ ଥିଲେ । ତାଙ୍କ ନାମରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ସେ ଦୀର୍ଘ ଦୁଇ ଦଶନ୍ଧି ଧରି ବସ୍ତର ଅଞ୍ଚଳରେ ସକ୍ରିୟ ଥିଲେ। ସୁରକ୍ଷା ଏଜେନ୍ସି ସୂଚନା ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ମାଓ ସଙ୍ଗଠନର ଦୁର୍ବଳ ସ୍ଥିତି ଏବଂ ସରକାରଙ୍କ ପୁନର୍ବାସ ନୀତି ଯୋଗୁଁ ସେ ନିଜର ଅସ୍ତ୍ରଶସ୍ତ୍ର ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ଉପସ୍ଥିତିରେ ଏହି ଆତ୍ମସମର୍ପଣ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏହାପରେ ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ପୁନର୍ବାସ ସୁବିଧା ଯୋଗାଇ ଦିଆଯିବ ।ପାପାରାଓ, ଯିଏ ସୁନାମ ଚନ୍ଦ୍ରାୟ, ମାଙ୍ଗୁ ଦାଦା ଏବଂ ଚନ୍ଦ୍ରାନ୍ନା ଭଳି ଅନେକ ଛଦ୍ମନାମରେ ମଧ୍ୟ ଜଣାଶୁଣା। ତାଙ୍କୁ ବସ୍ତରର ଶେଷ ବରିଷ୍ଠ ମାଓ ନେତାମାନଙ୍କ ମଧ୍ୟରୁ ଜଣେ ଭାବରେ ବିବେଚନା କରାଯାଏ।

ଅଧିକ ପଢନ୍ତୁ