ମ୍ୟାପିଂ ହୋଇନଥିବା ଭୋଟରଙ୍କ ଘରକୁ ଯିବେ ବିଏଲଓ, ବଢ଼ିଲା ଦାବି-ଆପତ୍ତି ସମୟସୀମା

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ନିର୍ବାଚନ ଆୟୋଗ। ଏସଆଇଆର ସମୟରେ ଯେଉଁ ଭୋଟରଙ୍କୁ ‘Unmapped’ କିମ୍ବା ‘Logical Discrepancies’ ବା ତାର୍କିକ ଅସଙ୍ଗତି ଦର୍ଶାଇ ନୋଟିସ୍ ଦିଆଯାଇଛି, ସେମାନଙ୍କୁ ଏଣିକି ଇଆରଓ/ଏଇଆରଓ (ERO/AERO) କାର୍ଯ୍ୟାଳୟକୁ ଶୁଣାଣି ପାଇଁ ଡକାଯିବ ନାହିଁ। ବୁଥ୍‌ସ୍ତରୀୟ ଅଧିକାରୀ (BLO) ଘରକୁ ଯାଇ ଆବଶ୍ୟକ ଦଲିଲ ସଂଗ୍ରହ କରିବେ।ବିହାର ଏବଂ ପଶ୍ଚିମବଙ୍ଗ ସମେତ ଦେଶର ୨୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ SIR ପ୍ରକ୍ରିୟା ପୂର୍ୱରୁ ହିଁ ଶେଷ ହୋଇସାରିଛି। ଯଦି SIR ସମୟରେ କିମ୍ୱା ତା’ ପରେ ଭୋଟର ତାଲିକାରୁ କାହାର ନାମ ବାଦ ପଡ଼ିଯାଇଛି, ତେବେ ସେମାନେ ତଥା ଯୁବ କିମ୍ୱା ପ୍ରଥମ ଥର ଭୋଟରମାନେ ନିରନ୍ତର ଅପଡେଟେସନ (Continuous Updation) ଅଧୀନରେ ନିଜ ନାମ ସାମିଲ କରିବା ପାଇଁ ସମ୍ପୃକ୍ତ EROଙ୍କ ନିକଟରେ ଆବେଦନ କରିପାରିବେ।”

ଅଧିକ ପଢନ୍ତୁ