ଆସନ୍ତା ମେ’ ମାସ ୫ ତାରିଖରୁ ଆରମ୍ଭ ହେବ CPET (Common PG Entrance Test) ପ୍ରବେଶିକା ପରୀକ୍ଷା। ୫ ମେ’ ୨୦୨୬ ରିଖ ଠାରୁ ୧୮ ମେ’ ୨୦୨୬ ରିଖ ପର୍ଯ୍ୟନ୍ତ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ, ଏନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି।ଶିକ୍ଷାବର୍ଷ ୨୦୨୬-୨୭ରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ରହିଥିବା ୩୧,୯୧୫ ସିଟ୍ ନିମନ୍ତେ ସର୍ବମୋଟ ୫୮,୭୦୮ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଛନ୍ତି।
