ଆଜି ଅଶୋକାଷ୍ଟମୀ । ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଆଜି ପବିତ୍ର ଅଶୋକାଷ୍ଟମୀ । ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡ଼ିବ ଅଣଲେଉଟା ରୁକୁଣା ରଥ । ରଥରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ମୁଗ, ଡ଼ାଲି, ଅନ୍ନ ଖାଇ ରଥକୁ ବିଜେ କରିବେ ଶ୍ରୀ ଲିଙ୍ଗରାଜ । ତାଙ୍କ ସହ ରଥରେ ବିରାଜିବେ ଶକ୍ତିସ୍ୱରୂପିଣୀ ମା’ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ । ଲକ୍ଷଲକ୍ଷ ଭକ୍ତଙ୍କ ସମାବେଶରେ ଉଛୁଳି ଉଠିବ ରଥଦାଣ୍ଡ ।ଶ୍ରଦ୍ଧାଳୁମାନେ ସେହି ମୁହୂର୍ତ୍ତକୁ ଚାହିଁ ରହିଛନ୍ତି କେତେବେଳେ ଏକାମ୍ର ଅଧିପତି ମନ୍ଦିରରୁ ବାହାରି ରଥରେ ବିରାଜମାନ କରିବେ। ଦିନ ୧୦ଟା ୪୫ରୁ ପହଣ୍ଡି, ୨ଟା ୩୦ରେ ରଥଟଣା ନୀତି ଆରମ୍ଭ ହେବ । ରଥ କାଳିସ ଠାକୁରଙ୍କ ଆଜ୍ଞାମାଳ ପାଇବା ପରେ ଆରମ୍ଭ ହେବ ରଥ ଟଣା ।ମନ୍ଦିର ପ୍ରଶାସନ, ବିଏମ୍ସି ଓ କମିସନରେଟ୍ ପୁଲିସ ପକ୍ଷରୁ ସବୁ ପ୍ରସ୍ତୁତି ସରିଛି । ଆଜି ରାତି ସାରା ରଥଖଳାରେ ଚାଲିବ ଚୂଡ଼ାନ୍ତ ରଥ ପ୍ରସ୍ତୁତି । ରଥ ପ୍ରତିଷ୍ଠା ହେବ, ନେତ ଚଢ଼ିବ। ମଧ୍ୟରାତ୍ର ସୁଦ୍ଧା ରୁକୁଣା ରଥ ପୂରା ପ୍ରସ୍ତୁତ ହୋଇ ଅପେକ୍ଷା କରିବ ଶ୍ରୀଲିଙ୍ଗରାଜଙ୍କୁ କୋଳକୁ ନେବା ପାଇଁ ।

ଅଧିକ ପଢନ୍ତୁ