ଭିଜିଲାନ୍ସ ଜାଲରେ ଜଳସେଚନ ଉପଖଣ୍ଡ ଏସ୍‌ଡିଓ

ଭିଜିଲାନ୍ସ ଜାଲରେ ଏସଡିଓ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସଡ଼ିଓଙ୍କ ଘରେ ଚଢ଼ାଉ । ଗଞ୍ଜାମ ଭଞ୍ଜନଗର ଜଳସେଚନ ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରାଙ୍କ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ । ପାଞ୍ଚଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ । ବର୍ତ୍ତମାନ ଯାଏଁ କେତେ ପରିମାଣର ସଂପତ୍ତି ଜବତ ହୋଇଛି । ସେନେଇ କୌଣସି ସଠିକ୍‌ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୩ ଡ଼ିଏସପି, ୭ ଇନିସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ ।

ଅଧିକ ପଢନ୍ତୁ