ଜଣେ ଯୁବକ ହାତୀ ଠାରୁ ମାତ୍ର ଅଳ୍ପ କିଛି ଦୁରତାରେ ନିର୍ଭୟ ଭାବରେ ନାଚୁଛନ୍ତି । ସାମ୍ନାରେ ଛିଡା ହୋଇଛି ଜଙ୍ଗଲୀ ଜନ୍ତୁ । ଯୁବକ ଜଣକ ସେହିଠାରେ ହିଁ ଏହି ଦନ୍ତା ହାତୀର ନାଁ“ରାଜୁ”ରଖିବା ସହିତ ତାକୁ ସମ୍ବୋଧନ କରି ନାଚୁଛନ୍ତି । ପାଖରେ ଥିବା ସାଙ୍ଗମାନେ ଏହି ଦୃଶ୍ୟକୁ ନିଜ ମୋବାଇଲ କ୍ୟାମେରାରେ କ୍ୟାପଚର୍ ମଧ୍ୟ କରୁଛନ୍ତି।ଏହି ଗୋଠ ଛଡା ଦନ୍ତା ବୈତରଣୀ ନଦୀପଠାକୁ ଚାଲି ଆସିଥିବାବେଳେ, ଲୋକେ ହାତୀକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ଏହି ସମୟରେ ଜଣେ ଯୁବକ ଦନ୍ତା ହାତୀ ସମ୍ମୁଖରେ ନାଚିବା ସହ ତାକୁ ରାଜୁ ବୋଲି ସମ୍ବୋଧନ କରି ହାତ ଯୋଡ଼ି ଅଣ୍ଟା ହଲାଇବା କ୍ଷଣେ ଯୁବକର ନାଚ ସହିତ ତାଳ ମିଶାଇ ହାତୀ ମୁଣ୍ଡ ହଲାଇ ନାଚୁଥିବାର ଦେଖାଯାଉଛି। ତେବେ ଏହାକୁ ନେଇ ସ୍ଥାନୀୟ ରେଞ୍ଜ ଅଧିକାରୀ ଅକ୍ଷୟ ଛତ୍ରିଆ କହିଛନ୍ତି ତାଙ୍କ ପାଖରେ ସେଭଳି କୌଣସି ସୂଚନା ନାହିଁ, ତେବେ ଏହାର ଅନୁଧ୍ୟାନ କରିବେ ।
