ଲୋୟର ପିଏମଜିରେ ବିଜେଡିର ଗର୍ଜନ । MMDR ସଂଶୋଧନ ଆଇନ ବିରୋଧରେ ବିଜେଡିର ବିଶାଳ ବିକ୍ଷୋଭ। ଯୋଗଦେଲେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।MMDR ବିଲ୍ ନେଇ ବିଜେପି ବିରୋଧରେ ବର୍ଷିଲେ ନବୀନ । ନବୀନ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ଆଜି ଏକାଠି ହୋଇଛେ । ସାଢେ ଚାରି କୋଟି ଓଡ଼ିଆଙ୍କ ହକ୍ ପାଇଁ ଆମେ ଆଜି ଏକାଠି ହୋଇଛେ । ଆମର GenZଙ୍କ ଭବିଷ୍ୟତ ପାଇଁ ଆମେ ଏ ଲଢେଇ ଲଢୁଛେ । MMDR Amendment Bill ଏକ ସାଧାରଣ ବିଲ୍ ନୁହେଁ । ରାଜ୍ୟର ଅଧିକାର ସହ ଏ ବିଲ୍ ଜଡିତ । ଓଡ଼ିଶାର ଖଣି, ଓଡ଼ିଶାର ଜମି ଉପରେ ଓଡ଼ିଶାବାସୀ ହେଉଛନ୍ତି ମାଲିକ ।ହେଲେ ଦୁଃଖର କଥା ବିନା ଆଲୋଚନାରେ ଏ ଭଳି ଗୁରୁତ୍ବପୂର୍ଣ୍ଣ ବିଲ୍ ପାର୍ଲିଆମେଣ୍ଟରେ ପାରିତ ହୋଇଗଲା । ଆଉ ଆମର ୨୦ ବିଜେପି ସାଂସଦ ଚୁପ୍ ବସିଲେ କାହା ସ୍ୱାର୍ଥରେ ? ଓଡ଼ିଶା ସରକାର ବି ଚୁପ୍ ରହିଲେ । କାହା ଡରରେ ? ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲି । ଉତ୍ତର ନାହିଁ ବୋଲି ନବୀନ କହିଛନ୍ତି ।ଏମଏମଡିଆର ଆକ୍ଟକୁ ନେଇ ଗତ କିଛି ଦିନ ଧରି ଓଡ଼ିଶା ବିଧାନସଭାରେ ତାତି ଜାରି ରହିଛି । ବିଜେଡି ଓ କଂଗ୍ରେସ ଏହି ଆଇନର ପ୍ରତ୍ୟାହାର ଦାବି କରି ବିରୋଧ ପ୍ରଦର୍ଶନ କରିଆସୁଛନ୍ତି । ଏହି ପ୍ରସଙ୍ଗକୁ ନେଇ ଗତ ସପ୍ତାହରେ ଲଗାତାର ଦିନ ଗୃହ କାର୍ଯ୍ୟ ପ୍ରଭାବିତ ହୋଇଥିଲା ।
