ସେନା ମେଡାଲ୍ ବିଜେତାଙ୍କୁ ସମ୍ମାନ। ଆଜୀବନ ଟ୍ରେନ୍ ଯାତ୍ରା ମାଗଣା!

ରେଲୱେ ପକ୍ଷରୁ ବଡ ଘୋଷଣା। ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାର ପାଇଁ ରେଲୱେ ପକ୍ଷରୁ ବଡ ଘୋଷଣା। ସେନା ମେଡାଲ, ନୌସେନା ମେଡାଲ, ବାୟୁସେନା ମେଡାଲ ପାଇଥିବା ଯବାନଙ୍କ ପାଇଁ ଏହି ସୁବିଧା ମିଳିବ।ଏହି ନୂଆ ନିୟମ ଅନୁଯାୟୀ, ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ପ୍ରଥମ ଶ୍ରେଣୀ, 2nd AC କିମ୍ବା AC ଚେୟାର୍ କାର୍‌ରେ ଆଜୀବନ ମାଗଣାରେ ଯାତ୍ରା କରିପାରିବେ । ଖାଲି ସେତିକି ନୁହେଁ, ପୁରସ୍କାର ବିଜେତାଙ୍କ ସହ ଜଣେ ସହଯାତ୍ରୀ ମଧ୍ୟ ମାଗଣାରେ ଯିବାର ସୁବିଧା ପାଇବେ । ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀରଙ୍କ ସମ୍ମାନାର୍ଥେ ଏହି ପ୍ରତିଶ୍ରୁତି ଦେଇଛି ପ୍ରତିରକ୍ଷା ବିଭାଗ ।ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ବିଧବା ପତ୍ନୀ ଯଦି ପୁନର୍ବିବାହ କରି ନଥାନ୍ତି ତାହାଲେ ସେ ବି ରେଲୱେରେ ମାଗଣା ଯାତ୍ରା କରିବାରେ ସୁବିଧା ପାଇ ପାରିବେ।  ଅବିବାହିତଙ୍କ ମୃତ୍ର୍ୟୁ  କିମ୍ବା ପରବର୍ତ୍ତି ପୁରସ୍କାର ପ୍ରାପ୍ତଙ୍କ ପିତାମାତା ମଧ୍ୟ ସୁବିଧା ପାଇପାରିବେ।

ଅଧିକ ପଢନ୍ତୁ