ଗ୍ରୀଷ୍ମଛୁଟି ପୂର୍ବରୁ ପିଲାଙ୍କୁ ମିଳିବ ସ୍କୁଲ୍ ପୋଷାକ

ଗ୍ରୀଷ୍ମଛୁଟି ପୂର୍ବରୁ ପିଲାଙ୍କୁ ମିଳିବ ସ୍କୁଲ୍ ପୋଷାକ। ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଏବଂ ଗ୍ରୀଷ୍ମକାଳୀନ ଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ୟୁନିଫର୍ମ ବଣ୍ଟନ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତ୍ୟେକ ଜିଲ୍ଲାରେ ପୋଷାକ କିଣାଠାରୁ ବଣ୍ଟନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯିବ। ନୂତନ ନାମଲେଖା ଏବଂ ପୁରୁଣା ଛାତ୍ରଛାତ୍ରୀଙ୍କ ସଠିକ୍ ଆକଳନ କରି ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ପୋଷାକର କପଡ଼ା ଏବଂ ସିଲେଇର ମାନ ଯେପରି ନିମ୍ନଧରଣର ନହୁଏ, ସେଥିପାଇଁ ବିଭିନ୍ନ ସମୟରେ ଆକସ୍ମିକ ଯାଞ୍ଚ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।ଏଥିସହିତ ପୋଷାକ ବଣ୍ଟନରେ ଯଦି କୌଣସି ଅଭିଯୋଗ ଆସେ, ତେବେ ତାହାକୁ ତୁରନ୍ତ ସମାଧାନ କରିବା ପାଇଁ ଏକ ସ୍ୱତନ୍ତ୍ର ‘ଅଭିଯୋଗ ପ୍ରତିକାର’ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହେବ।

ଅଧିକ ପଢନ୍ତୁ