ପେଟ୍ରୋଲ-ଡିଜେଲ ଶସ୍ତା କଲେ ସରକାର, ହ୍ରାସ ହେଲା ଉତ୍ପାଦ ଶୁଳ୍କ

ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି। ଯୁକ୍ତରାଷ୍ଟ୍ର–ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ଯୁଦ୍ଧ ହେତୁ ଇନ୍ଧନ ଦର ବଢ଼ିବା ଆଶଙ୍କା ମଧ୍ୟରେ, ସରକାର ଆଜି ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଏକ୍ସାଇଜ୍ ଶୁଳ୍କ ପ୍ରତି ଲିଟର ୧୦ ଟଙ୍କା କମାଇଛନ୍ତି। ଯାହାଫଳରେ ପେଟ୍ରୋଲ୍ ଉପରେ ଶୁଳ୍କ ୧୩ ଟଙ୍କାରୁ କମି ୩ ଟଙ୍କା ହୋଇଛି । ଏବଂ ଡିଜେଲ୍ ଉପରେ ୧୦ ଟଙ୍କାରୁ କମି ଶୂନ୍ୟ କରାଯାଇଛି। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ଏବଂ ପରବର୍ତ୍ତୀ ସମୟରେ ତେହରାନ ଦ୍ୱାରା ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ ଏହି ହ୍ରାସ ଆସିଛି। ଏହାଫଳରେ ଦେଶର ଅର୍ଥ ବ୍ୟବସ୍ଥା ଓ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବନି ବୋଲି କୁହାଯାଇଛି । ଏହାସହ ତୈଳ କମ୍ପାନିମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ନାହିଁ । ସରକାରଙ୍କ କହିବା ଅନୁସାରେ, ଦେଶ ପାଖରେ ପ୍ରାୟ ୬୦ ଦିନର ତୈଳ ସ୍ଟକ୍ ଓ ୩୦ ଦିନର ଏଲପିଜି ସିଲିଣ୍ଡର ଯୋଗାଣ ଉପଲବ୍ଧ ଅଛି। ଅଭାବ ସମ୍ବନ୍ଧୀୟ ଖବରକୁ ସରକାର ଭ୍ରାନ୍ତ ସୂଚନା ବୋଲି କହିଛନ୍ତି। ଯାହା ଲୋକମାନଙ୍କ ମଧ୍ୟରେ ଅନାବଶ୍ୟକ ଭୟ ସୃଷ୍ଟି କରିପାରେ।

ଅଧିକ ପଢନ୍ତୁ