ଆଜି ପବିତ୍ର ଶ୍ରୀରାମ ନବମୀ

ଆଜି ପବିତ୍ର ରାମନବମୀ । ଭଗବାନ ଶ୍ରୀରାମଙ୍କ ଜନ୍ମୋତ୍ସବ ଭାବେ ପାଳିତ ହେଉଥିବା ପବିତ୍ର ରାମ ନବମୀକୁ ନେଇ ସମଗ୍ର ରାଜ୍ୟରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ପବିତ୍ର ରାମ ନବମୀ ଅବସରରେ ଗୁଞ୍ଜିଉଠୁଛି ଜୟ ଶ୍ରୀରାମ ଧ୍ୱନି ।ଶ୍ରୀରାମଙ୍କ ଜନ୍ମ ମୁହୂର୍ତ୍ତକୁ ନେଇ ମନ୍ଦିର ମାନଙ୍କରେ ବିଶେଷ ନୀତିକାନ୍ତି କରାଯାଉଛି । ଘଣ୍ଟା ଧ୍ୱନି ଓ ଶଙ୍ଖ ନାଦରେ କମ୍ପିଉଠୁଛି ମନ୍ଧିର ପରିବେଶ । ଭକ୍ତମାନେ ଭାବବିହ୍ୱଳ ହୋଇ ପ୍ରଭୁଙ୍କ ଚରଣରେ ନମନ କରୁଛନ୍ତି । ତ୍ରେତୟା ଯୁଗରେ ଚୈତ୍ର ମାସର ଶୁକ୍ଲପକ୍ଷ ନବମ ଦିନରେ ପ୍ରଭୁ ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ। ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ଭାବରେ ଶ୍ରୀରାମ ଅଯୋଧ୍ୟାର ରାଜା ଦଶରଥ ଏବଂ କୌଶଲ୍ୟାଙ୍କ ରାଜପ୍ରାସାଦରେ ଜନ୍ମଗ୍ରହଣ କରିଥିଲେ। ଏହି ଅବତାରରେ ସତ୍ୟ ଏବଂ ଧର୍ମ ପ୍ରତିଷ୍ଠା ପାଇଁ ଶ୍ରୀ ରାମ ଜନ୍ମଗ୍ରହଣ କରିଥିଲେ।

ରାମ ନବମୀରେ ଭକ୍ତି ଏବଂ ପୂର୍ଣ୍ଣ ବିଶ୍ୱାସ ସହିତ ପ୍ରଭୁ ରାମଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ। ଏହି ପର୍ବ ସତ୍ୟ, ଧର୍ମ ଏବଂ ମର୍ଯ୍ୟାଦାର ପଥ ଅନୁସରଣ କରିବାକୁ ମଧ୍ୟ ଲୋକଙ୍କୁ ପ୍ରେରଣା ଦିଏ।ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଙ୍କ ଜନ୍ମତିଥି ସାରା ଦେଶରେ ରାମ ନବମୀ ଭାବରେ ପାଳନ କରାଯାଏ।

ଅଧିକ ପଢନ୍ତୁ