ନୂଆ ଅବକାରୀ ନୀତି ଏପ୍ରିଲ୍ ୧ରୁ ଲାଗୁ ହେବାକୁ ଥିବାବେଳେ ମଦ ଦୋକାନ ପାଇଁ ଏପ୍ରିଲରେ ଲଟେରୀ ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହା ହେବାକୁ ଯାଉଛି ।ଆବଶ୍ୟକ ପଡିଲେ ଇଲେକ୍ଟ୍ରୋନିକ ଲଟେରୀ କରାଯିବ । ସ୍ୱଚ୍ଛ ପ୍ରକ୍ରିୟାରେ ହେବ । ଗତଥର ଲଟେରୀ ପାଇଥିବା ଦୋକାନଗୁଡିକର ସମୟସୀମା ୩୧ରେ ସରୁଛି । ୩ ଷ୍ଟାରରୁ ଅଧିକ ହୋଟେଲରେ ବାରର ପ୍ରାବଧାନ ଥିବାରୁ ଅନ ସପ ଅନୁମତି ମିଳିଛି । ନୂଆ ମଦ ଦୋକାନ ଖୋଲିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେତିକି ଅଫ ସପ ଥିଲା , ସେ ସବୁର ଏମଜିଇଆର ସ୍ଥିର ହେବ ।ପ୍ରଥମଥର ପାଇଁ ଅବକାରୀ ଶୁଳ୍କ ଉପରେ ୦.୫% ‘ଡି ଆଡିକ୍ସନ ସେସ୍ ’ ଲାଗୁ କରାଯିବ।। ଏହା ମାଧ୍ୟମରେ ମଦକୁ ଏକ କ୍ଷତିକାରକ ପଦାର୍ଥ ଭାବେ ସ୍ଵୀକାର କରାଯାଇଛି ।ଏହି ସେସ୍ରୁ ଆସୁଥିବା ଆୟ ମଡେଲ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ। ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯିବ ଏବଂ ଲାଇସେନ୍ସ ଶୁଳ୍କ ପ୍ରତି ବର୍ଷ ୧୦ ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧିପାଇବ ।
