ଜନଗଣନା ଲୋଗ ସହ ମାର୍କେଟକୁ ଆସିଲା ଓମଫେଡ ଦୁଗ୍ଧ ପ୍ୟାକେଟ୍

ନୂଆ ପ୍ୟାକରେ ବଜାରକୁ ଆସିଲା ଓମ୍ଫେଡ ପ୍ରିମିୟମ ମିଲ୍କ । ‘ଜନ ଗଣନାରୁ ଜନ କଲ୍ୟାଣ’ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଅଣ୍ଟା ଭିଡିଛି ଓମ୍ଫେଡ। ସଂପ୍ରତି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଜନଗଣନା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସହଭାଗିତାର ହାତ ବଢାଇଛି ଓମ୍ଫେଡ । ଓଡିଶାରେ ଜାରି ରହିଥିବା ଡିଜିଟାଲ ଜନଗଣନାରେ ସ୍ବ-ଗଣନା ଏବଂ ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା କାର୍ଯ୍ୟକ୍ରମରେ ଆଜିଠାରୁ ଆନୁଷ୍ଠାନିକ ଭାବେ ସାମିଲ ହୋଇଛି ଓମଫେଡ । ସେଥିପାଇଁ କମ୍ପାନୀ ତାର ପ୍ରିମିୟମ କ୍ଷୀର ପ୍ୟାକେଟର ପ୍ରିଣ୍ଟିଂ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଛି ।

ଆଜି ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟବ୍ୟାପୀ ସଚେତନତା ବୃଦ୍ଧି କରିବା ପାଇଁ ୪ ହଜାର ଓମଫେଡ୍ ବୁଥରେ ପ୍ରଦର୍ଶନ ପାଇଁ ପୋଷ୍ଟର ମଧ୍ୟ ଉନ୍ମୋଚନ କରାଯାଇଥିଲା ।

ଅଧିକ ପଢନ୍ତୁ