ନିଜକୁ ନିଜେ ଜାଳି ଦେବାକୁ ଉଦ୍ୟମ କଲେ ଯୁବତୀ। ଦେହରେ କିରୋସିନି ଢାଳି ହୋଇ ଜଳିଗଲେ ଯୁବତୀ। ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଭେଟନଈ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଯୁବତୀଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଛି। ଘରେ କେହି ନଥିବା ସମୟରେ ଏଭଳି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ଯୁବତୀ। ତେବେ ଆତ୍ମହତ୍ୟା ଉଦ୍ୟମ କରିବାର କାରଣ ଅସ୍ପଷ୍ଟ ରହିଛି। ଏନେଇ ପୁଲିସ ଛାନଭିନ୍ ଚଳାଇଛି।
