ପୁଣି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ: ୨ ଗିରଫ

ବ୍ରହ୍ମପୁରରେ ପୁଣି ଲଜ୍ଜା। ପ୍ରେମିକକୁ ନିଶା ଦେଇ ନାବାଳିକା ସହ ଗଣ ଦୁଷ୍କର୍ମ ଅଭିଯୋଗ । ବ୍ରହ୍ମପୁର ଗୋସାଣି ନୂଆଗାଁ ଥାନା ଅଂଚଳରେ ଏହି ଘଟଣା ଘଟିଛି । ନାବାଳିକା ଜଣଙ୍କ ଘର ଆନ୍ଧ୍ରରେ। ନାବାଳିକାଙ୍କ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ଦ୍ବିତୀୟ ବାପାଙ୍କ ପାଖରେ ରହୁଥିଲା। ସାବତ ବାପା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବାରୁ ନାବାଳିକା ଜଣଙ୍କ ଗତ ୨୪ତାରିଖରେ ବ୍ରହ୍ମପୁର ପଳାଇଆସିଥିଲେ। ଏଠାରେ ଏକ ଚା’ ଦୋକାନରେ କାମ କରୁଥିଲେ । ୪ଦିନ ମଧ୍ୟରେ ସେଠାକାର ଜଣେ ନାବାଳକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ୨୯ତାରିଖ ରାତିରେ ନାବାଳିକାଙ୍କୁ ଉକ୍ତ ନାବାଳକ ପ୍ରେମିକ ଡାକି ନେଇ ତାଙ୍କ ସାଙ୍ଗ ସହ କ‌ଥା ହେବାକୁ କହିଥିଲା। ତେବେ ସେହି ସ୍ଥାନକୁ ଯିବା ପରେ ନାବାଳକ ପ୍ରେମିକ ଜଣଙ୍କ ଶୋଇ ପଡ଼ିଥିଲା। ଏପରିକି ନାବାଳିକା ଜଣଙ୍କ ମଧ୍ୟ ଅଚେତ୍‌ ହୋଇଯିବାରୁ ଉକ୍ତ ଦୁଇ ଜଣ ଯୁବକ ସାଙ୍ଗ ତାଙ୍କୁ ସେଠାରେ ବଳାତ୍କାର କରିଥିଲେ । ସେ ସେହି ଅଞ୍ଚଳରେ ପଡ଼ିରହିଥିବା ଦେଖି ସ୍ଥାନୀୟ ଲୋକ ଥାନାରେ ଜଣାଇବାରୁ ପୋଲିସ ଆସି ନାବାଳିକାଙ୍କୁ ପଚରାଉଚରା କରିଥିଲା । ପୋଲିସ ପୀଡ଼ିତାଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ପୀଡ଼ିତାଙ୍କ ନାବାଳକ ପ୍ରେମିକ ସହ ଦୁଇଜଣ ଯୁବକଙ୍କୁ ଏନେଇ ଥାନା ରେ ଏକ ମାମଲା ରୁଜୁ ହେବା ସହ ଦୁଇ ଜଣ ଯୁବକ ସାଙ୍ଗକୁ ଗିରଫ କରିଛି I ନାବାଳକ ପ୍ରେମିକଙ୍କୁ ବାଳ ସୁଧା ରଗୃହକୁ ପଠାଇ ଦେଇଛି I ଏହା ସହ ନାବାଳିକାଙ୍କ ବାପାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି

ଅଧିକ ପଢନ୍ତୁ