ଆରମ୍ଭ ହୋଇଛି ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା । ୨୦୨୬-୨୭ ବର୍ଷ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଆସନ୍ତା ୩୧ ତାରିଖ ଯାଏଁ ଚାଲିବ ଚାଷୀ ପଞ୍ଜିକରଣ ପ୍ରକ୍ରିୟା । ସେବା ସମବାୟ ସମିତି କିମ୍ବା www.foododisha.inରେ ନାଁ ପଞ୍ଜିକରଣ କରିପାରିବେ । ଆଧାରକାର୍ଡ ଏବଂ ଧାନ ଜମିର ବିବରଣୀ ଦେଇ ନାମ ପଞ୍ଜିକରଣ କରି ହେବ । ଏନେଇ ଚାଷୀ ନିଜର ଏବଂ ଜମିର ବିବରଣୀ ପ୍ରଦାନ କରିବେ। ଗତ ବର୍ଷ ଯେଉଁ ସମିତିରେ ପଞ୍ଜିକରଣ କରିଥିଲେ ସେଠାରେ ହିଁ ପଞ୍ଜିକରଣ କରିବାକୁ କହିଛନ୍ତି ସରକାର୍ । ୧ ନଭେମ୍ବର ୨୦୨୬ ରୁ ୩୧ ମାର୍ଚ୍ଚ ୨୦୨୭ ଯାଏଁ ଧାନ ସଂଗ୍ରହ ପ୍ରକ୍ରିୟା କରାଯିବ । ଧନ ଅମଳକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ଜିଲ୍ଲାୱାରୀ ସଂଗ୍ରହ କରାଯିବ ।
