ରାଜ୍ୟରେ ମେଡିକାଲ ଶିକ୍ଷା କ୍ଷେତ୍ର ପାଇଁ ଆସିଛି ବଡ଼ ଖୁସି ଖବର। ବୃଦ୍ଧି ପାଇଛି ପୋଷ୍ଟ ଗ୍ରାଜୁଏଟ୍ (PG) ମେଡିକାଲ ସିଟ୍ ସଂଖ୍ୟା। ପୂର୍ବରୁ ରାଜ୍ୟରେ ୬୨୦ଟି ପିଜି ମେଡିକାଲ ସିଟ୍ ଥିବାବେଳେ ଏବେ ଏଥିରେ ଆଉ ୩୧୮ଟି ସିଟ୍ ଯୋଡ଼ି ମୋଟ ସଂଖ୍ୟା ୯୩୮ରେ ପହଞ୍ଚିଛି।ପୂର୍ବରୁ ରାଜ୍ୟର କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ, ବୁର୍ଲା ସ୍ଥିତ ଭୀମସାର, ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ, ବାଲେଶ୍ୱର ସ୍ଥିତ ଫକିରମୋହନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ଏବଂ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ସମେତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରରେ ପିଜି ମେଡିକାଲ ଶିକ୍ଷା ପ୍ରଦାନ କରାଯାଉଥିଲା ।NMCର ନୂଆ ଅନୁମୋଦନ ଅନୁସାରେ, କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ୪୪ଟି ପିଜି ସିଟ୍ ମିଳିଛି। ସେହିପରି ସୁନ୍ଦରଗଡ଼ ମେଡିକାଲ କଲେଜରେ ୨୨ଟି, କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୨୮ଟି, ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ୩୨ଟି ଏବଂ ଫୁଲବାଣୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମେଡିକାଲ କଲେଜରେ ୨୭ଟି ପିଜି ସିଟ୍କୁ ଅନୁମତି ମିଳିଛି।
